Recent

6/recent/ticker-posts

ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପଦଯାତ୍ରା

ଡେଲାଙ୍ଗ :- ଐତିହାସିକ ଗାନ୍ଧୀ ପିଠ ରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ବିଜେପି ର ପଦଯାତ୍ରା ଆଜି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ "ହର ଘର ତ୍ରିରଙ୍ଗା" ଆହ୍ୱାନ କୁ ପୂରଣ କରିବା ନିମନ୍ତେ ବିଜେପି ଦଳ ପକ୍ଷରୁ , ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବେରବୋଇ ଠାରେ ଥିବା ଗାନ୍ଧୀ ପୀଠ ଠାରୁ ଅସ୍ତରଙ୍ଗ ଅଭିମୁଖେ ଏକ ପଦଯାତ୍ରା କରାଯାଇଥିଲା । ପ୍ରଧାନ ମନ୍ତ୍ରୀଙ୍କ ନିର୍ଦେଶରେ ଦେଶ ରେ ସମସ୍ତେ ଆଜାଦିକା ଅମୃତ ମହୋତ୍ସବ ପାଳନ କରିବା ପରେ ଏବେ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ । ଏହି ପଦଯାତ୍ରା ରେ ପ୍ରବକ୍ତା ଶ୍ରୀ ସମ୍ବିତ ପାତ୍ର , ଜିଲ୍ଲା ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକ , ସତ୍ୟବାଦୀ ର ନେତା ଓମପ୍ରକାଶ ମିଶ୍ର , ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦିକା ମିନତୀ ପରିଡା ଓ ଅନ୍ୟ କର୍ମୀମାନେ ହାତରେ ତ୍ରିରଙ୍ଗା ଧରି , ରଘୁପତି ରାଘବ ରାଜରାମ ସଙ୍ଗୀତ ରେ ମଜ୍ଜି ପଦଯାତ୍ରାରେ ଅସ୍ତରଙ୍ଗ ଅଭିମୁଖେ ଶୋଭାଯାତ୍ରା ଆରମ୍ଭ କରିଥିଲେ । 

 ରିପୋର୍ଟ-ହିମାଂଶୁ ମହାପାତ୍ର (ଡେ଼ଲାଙ୍ଗ) 

Post a Comment

0 Comments