Anc -ପୁରୀ ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କାଡ଼ର ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ବରେ ଏକ ଟିମ ଡେଲାଙ୍ଗ ଥାନା ଅଧୀନ ବେରାବୋଇରେ ଚଢ଼ାଉକରି ରାଜକିଶୋର ବେହେରା -32 ବର୍ଷଙ୍କୁ ଗିରଫ କରି ତାଙ୍କ ଠାରୁ 153 ଗ୍ରାମ ବ୍ରାଉନ ସୁଗାର ( ହେରୋଇନ ) ଜବତ କରିଛନ୍ତି । ଜିଲ୍ଲା ମୋବାଇଲ ସ୍ଟାଡ଼ କେସ ନଂ -47 / 22-23 ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 15,30,000 / ଟଙ୍କାରୁ ଉର୍ଷ ହେବ ବୋଲି ଜଣାପଡିଛି । ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶ୍ରୀ ଶୀଧେଶ୍ବର ମଲ୍ଲିକ , ASI ଶ୍ରୀ ସୁବାଷ ଚନ୍ଦ୍ର ମହାପାତ୍ର , ଗୀତାଞ୍ଜଳି ବେହେରା , ଏବଂ କର୍ମଚାରୀ ଶ୍ରୀ ପ୍ରଦୀପ୍ତ ପଣ୍ଡା , ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ ।
ପୁରୀ ଜିଲ୍ଲା ଡେଲାଙ୍ଗ ରୁ ହିମାଂଶୁ ମହାପାତ୍ର ଙ୍କ ରିପୋର୍ଟ


0 Comments