Recent

6/recent/ticker-posts

ଆର ପାରିରେ ଜଣାଶୁଣା କ୍ରିକେଟିୟର ତଥା ଆଇନଜୀବୀ ଶ୍ରୀକାନ୍ତ ଦାଶ.

ଆର ପାରିରେ ଜଣାଶୁଣା କ୍ରିକେଟିୟର ତଥା ଆଇନଜୀବୀ ଶ୍ରୀକାନ୍ତ ଦାଶ.

ସାକ୍ଷୀଗୋପାଳ :-ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ରେ ସରକାରୀ ଆଇନି ଜିବି ତଥା ବାର ଆସୋସିଏସନ ରେ ସଦସ୍ୟ ଭାବେ କାର୍ଯ୍ୟରତ ଶ୍ରୀକାନ୍ତ ଦାଶ ,୪୬ (ମେଗୁଲି) ଙ୍କର ଶନିବାର ଅପରାହ୍ନ ରେ ଭୁବନେଶ୍ୱର ଏକ ଘରୋଇ ଚିକିତ୍ସାଳୟ ରେ ଚିକିତ୍ସା ଧୀନ ଅବସ୍ଥା ରେ ମୃତ୍ୟୁ ହୋଇଛି। 
ଘଟଣାରୁ ପ୍ରକାଶ  ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଜୟପୁର ପଞ୍ଚାୟତ ର ସ୍ଥାନୀୟ ମହାମାୟା ସାହିର  ସର୍ଗତ ସୌରୀ ଚରଣ ଦାଶ ଙ୍କ ବଡ଼ପୁଅ ଶ୍ରୀକାନ୍ତ ଦାଶ (ମେଗୁଲି) ଗୁରୁବାର ସନ୍ଧ୍ୟା ସମୟରେ କୌଣସି ଏକ ଜରୁରୀ କାମ ରେ ପୁରୀ ଯିବା ବେଳେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ବାଟମଙ୍ଗଳା ନିକଟରେ ଦୁର୍ଘଟଣା ର ଶିକାର ହୋଇଥିଲେ । ଦୁର୍ଘଟଣା ରେ  ଶ୍ରୀକାନ୍ତ ଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ସେଠାରେ ଶ୍ରୀକାନ୍ତ ଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଭୁବନେଶ୍ୱର କୁ ସ୍ଥାନାନ୍ତରିତ କରିଥିଲେ ପରେ ଶ୍ରୀକାନ୍ତ ଙ୍କ ଘର ଲୋକ ତାଙ୍କୁ ଭୁବନେଶ୍ୱର ରେ ଏକ ଘରୋଇ ଚିକିତ୍ସାଲୟ ଭର୍ତ୍ତି କରିଥିଲେ ।ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ଶନିବାର ଅପରାହ୍ନ ରେ ଶ୍ରୀକାନ୍ତ ଙ୍କ ମୃତ୍ୟୁ ହୋଇଥିବା ଚିକିତ୍ସାଲୟ ପକ୍ଷରୁ ସୂଚନା ଦିଆଯାଇଥିଲା । ସନ୍ଧ୍ୟା ସମୟରେ ଶ୍ରୀକାନ୍ତ ଙ୍କ ମର ଶରୀର ତାଙ୍କ ବାସଭବନ ମହାମାୟା ସାହି ରେ ପହଞ୍ଚିବା ପରେ ପରିବାର ଲୋକ ଓ ସମ୍ପର୍କୀୟ ଲୋକଙ୍କ କ୍ରନ୍ଦନ ରେ  ଅଞ୍ଚଳରେଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ସେ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବାରୁ ଆଗକୁ ଦୁଇ ପିଲା ଙ୍କ ସହ ପରିବାର କିଭଳି ଚାଲିବ କାନ୍ଦି କାନ୍ଦି ତାଙ୍କର ସ୍ତ୍ରୀ  କହିଛନ୍ତି ।

Post a Comment

0 Comments