ବୋରିଗୁମ୍ମା 21/09
ଗତ ତା 21-09-2022 ରିଖରେ ଲେପ୍ରା ସୋସାଇଟ ଏବଂ ସରକାରୀ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବି. ସିଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କୁଷ୍ଠ ଓ ମେଲେରିଆ ରୋଗ ସମ୍ପର୍କରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ 29 ଜଣ କୁଷ୍ଠ ରୋଗୀ ଯୋଗ ଦେଇଥିଲେ । ଏଥିରେ । ଏହି କାର୍ଯ୍ୟ କ୍ରମରେ DLS ର Dr Amrita Rout, Bhaskar Rao, Dr Amit Ku. Garada, Dr Sabitri kanungo Field Coordinator Lilibala Sahu, Anil Kumar Bipin Majhi Debaraj Sadangi S Srinivas Rao ପ୍ରମୁଖ ଉପସ୍ଥିତ ରହି କୁଷ୍ଠ ଏବଂ ଫାଇଲେରିଆ ରୋଗର କାରଣ ଓ ନିରାକରଣ ସହ ନିଜ ଶରୀରର ଯତ୍ନ କିପରି ନିଆଯାଇପାରିବ ସେହି ବିଷୟରେ ବୁଝାଯାଇଥିଲା ।ଆସିଥିବା ରୋଗୀଙ୍କ ମଧ୍ୟରୁ ୫ ଜଣଙ୍କୁ MCR ଜୋତା ଏବଂ ଚଷମା ମାଗଣାରେ ଦିଆଯାଇଥିଲା ।ଅନ୍ୟ କେତେ ଜଣଙ୍କର ଜୋତାର ସଠିକ ପIଦର ମାପ ନିଆଯାଇଥିଲା । କାର୍ଯ୍ୟକ୍ରମଟିକୁ Health Supervisor Debaraj Sadangi ଏବଂ Lilibala Sahu ପରିଚାଳନା କରିଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସହ ଆଶା ଦିଦିମାନେ ଉପସ୍ଥିତ ରହିଥିଲେ।.............................. ରିପୋର୍ଟ -ତ୍ରିଲୋଚନ ପଣ୍ଡା


0 Comments