Recent

6/recent/ticker-posts

ଅବ୍ୟବସ୍ଥାରେ ଏକାଧିକ ବିଦ୍ୟାଳୟ.(୮୨ ବିଦ୍ୟାଳୟ ରେ ଖେଳ ପଡିଆ , ୫୭ ବିଦ୍ୟାଳୟ ରେ ବଉଣ୍ଡାରୀ ନାହିଁ.ଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ.

ସାକ୍ଷୀଗୋପାଳ :-କେନ୍ଦ୍ର ଓ ରାଜ୍ୟ ସରକାର  ଶିକ୍ଷାର ବିକାଶ ପାଇଁ ଅବିରତ ଉଦ୍ୟମ ଜାରି ରଖିଛନ୍ତି । ଏକ ସୁସ୍ଥ ସମାଜ ଗଠନ ରେ ପ୍ରଥମତଃ ଶିଶୁ ମାନଙ୍କୁ ବିଦ୍ୟାଳୟ ସ୍ତରରୁ ପ୍ରସ୍ତୁତ କରିବା କୁ ପଡିଥାଏ ।ସେଥିପାଇଁ ପ୍ରାଥମିକ ଶିକ୍ଷା ଠାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ପିଲାମାନେ କିଭଳି ବିଦ୍ୟାଳୟ ତଥା ଶିକ୍ଷା ବ୍ୟବସ୍ଥା ସହ ଯୋଡି ହୋଇ ରହିବେ ସେଥିପାଇଁ ଅନେକ ଖସଡ଼ା ପ୍ରସ୍ତୁତ କରାଜାଉଛି ।ଏପଟେ ରାଜ୍ୟ ସରକାର ଶିକ୍ଷା ର ଗୁଣାତ୍ମକ ମାନ ବୃଦ୍ଧି କରିବା କୁ( 5t) ଫାଇପି ଟି ଭଳି ଯୁଗାନ୍ତକାରୀ ପଦକ୍ଷେପ ମାନ ନେଇ ରାଜ୍ୟ  ତଥା ରାଜ୍ୟ ବାହାରେ ଶିକ୍ଷା କ୍ଷେତ୍ରରେ ଏକ ମଡେଲ ଓ ସତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କିନ୍ତୁ ଏହି ସବୁ ବାସ୍ତବ ସତ୍ୟ ର ପ୍ରତିଛବି  ସତ୍ୟବାଦୀ ବ୍ଲକ ରେ ସେଭଳି ଆଖିଦୃଶିଆ ପ୍ରଭାବ ପକାଇ ପାରିନାହିଁ । ଯେଉଁ ସତ୍ୟବାଦୀର ମାଟିରେ ଜନ୍ମିତ ମହାପୁରୁଷ ଙ୍କ ଦ୍ଵାରା ଦିନେ ମଣିଷ ତିଆରି କାରଖାନା ଗଢି ଉଠିଥିଲା  କେବଳ ବ୍ୟକ୍ତିକୁ ଏକ ପୂର୍ଣ୍ଣାଙ୍ଗ ଶିକ୍ଷା ପ୍ରଦାନ ପାଇଁ ଥିଲା ମୂଳ ଉଦ୍ଦେଶ୍ୟ ।  ଆଜି ଏଠି ଶିକ୍ଷା ବ୍ୟଵସ୍ଥା ର ସ୍ଥିତି ଅତି ଦୁର୍ବଳ । ସରକାର ଙ୍କ ସବୁଯୋଜନା ଏଠି ଫେଲ ମାରିଛି ।ସଦ୍ୟତମ ତଥ୍ୟ ଅନୁଯାୟୀ  ସତ୍ୟବାଦୀରେ ଅଧିକାଂଶ ବିଦ୍ୟାଳୟ ଏବେ ଅସ୍ୱାସ୍ଥ୍ କର ପରିବେଶ  ମଧ୍ୟରେ ପାଠପଢ଼ା ଚାଲିଛି ।ଅନେକ ବିଦ୍ୟାଳୟ ର ପାଚେରୀ ନଥିବା ବେଳେ ଭିତିଭୂମି ର ଅଭାବ ରହିଛି ।ବିଦ୍ୟାଳୟ ପରିସର ବଡ଼ ବଡ଼ ଘାସ ଓ ଅନା ବନା ଗୁଳ୍ମ ରେ ପରିପୂର୍ଣ୍ଣ ରହିଛି।
ତଥ୍ୟ ଅନୁଯାୟୀ ସତ୍ୟବାଦୀ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଅଧୀନ ରେ ରହିଛି  ପ୍ରାଥମିକ ଓ ଉଛ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା  ୧୨୭  ।
ହାଇସ୍କୁଲ ସଂଖ୍ୟା  ୨୫  ଓ ଗୋଟିଏ(  ୧) ଅଦର୍ଶ ବିଦ୍ୟାଳୟ ରହିଛି ।
ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା (୧ ରୁ ,୮)ପ୍ରଥମ ରୁ ଅଷ୍ଟମ  ,୧୦,୩୫୧ ।  ଛାତ୍ର ଛାତ୍ରୀଙ୍କ ଅନୁଯାୟୀ  ୪୦୦  ଜଣ  ଶିକ୍ଷକ ଶିକ୍ଷା ଦାନ କରୁଛନ୍ତି । ଶିକ୍ଷା ବିଭାଗ ର ନିୟମ ଅନୁଯାୟୀ ୨୦୧୧ ପର ଠାରୁ ୪୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏବେବି (ଓଟିଇଟି) ପାସ କରିନାହାନ୍ତି । ଏହା ଛଡ଼ା ବ୍ଲକ ରେ ଥିବା ୧୫୩ ସ୍କୁଲ ମଧ୍ୟରୁ  ୧୩ ଟି ବିଦ୍ୟାଳୟ ରେ ଏବେବି ବିଦୁତ ସଂଯୋଗ ହୋଇପାରିନାହିଁ । ୨୦ ଟି ବିଦ୍ୟାଳୟ ରେ ପିଲାମାନେ ଶୌଚ ପାଇଁ ପରିସ୍ରାଗାର ଓ ପାଇଖାନା ର  ସୁବିଧା ନାହିଁ ।  ୮୨  ବିଦ୍ୟାଳୟ ରେ ଖେଳ ପଡିଆ ନାହିଁ । ୫୭  ବିଦ୍ୟାଳୟ ରେ ନିଜସ୍ୱ ବାଉଣ୍ଡରୀ ନାହିଁ । ୩ ଗୋଟି ବିଦ୍ୟାଳୟ ର ନିଜସ୍ୱ ଗୃହ ନାହଁ । ଏକାଧିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି  ।  ଚଳିତ ମାସରେ ଶିକ୍ଷା ବିଭାଗ ପକ୍ଷରୁ  ବିଜ୍ଞପ୍ତି ଅନୁଯାୟୀ ବ୍ଲକ ରେ କନିଷ୍ଠ ବର୍ଗ  ଓ ଅଧିକାଂଶ ବିଜ୍ଞାନ ଶିକ୍ଷକ ଙ୍କୁ ପଦର୍ନତି  କରାଯାଇ ବିଭାଗ ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ କରିଥିବା ସମୟରେ ସେହି ଶିକ୍ଷକ ମାନ ଙ୍କ ର ମୂଳ ବିଦ୍ୟାଳୟ ଗୁଡିକ ରେ ସେହି ପଦବୀ କୁ ନେଇ  ପାଠ ପଢ଼ା ବ୍ୟଘାତ ସୃଷ୍ଟି ହେଉଛି ।ଆଉ ଅଳ୍ପ ଦିନ ପରୀକ୍ଷା ରହିଥିବା ବେଳେ ଶିକ୍ଷାର୍ଥୀ ମାନ ଙ୍କ ଭବିଷ୍ୟତ କୁ ଜଳାଞ୍ଜଳି ଦେଇ  ଶିକ୍ଷା ବିଭାଗ ର ଏଭଳି ଅଦଳ ବଦଳ ନୀତି  କାହା ସ୍ୱାର୍ଥ ରେ  ଓ ଏଥିରେ କାହାର ଲାଭ ହେବ। ପ୍ରକାଶ ଥାଉ କି ସତ୍ୟବାଦୀ ବ୍ଲକ ରେ  ଶିକ୍ଷକ ଙ୍କ ବଦଳି କୁ ନେଇ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ଦୁଇଟି  ବିଦ୍ୟାଳୟ ରେ ତାଲା ପକାଇବା ସହ ଭିକ୍ଷୋବ ପଦର୍ଶନ କରିବା ପରେ ଗୋଟିଏ ବିଦ୍ୟାଳୟ ର ଶିକ୍ଷକ ଙ୍କ ବଦଳି ବାତିଲି କରାଯାଇ ମୂଳ ବିଦ୍ୟାଳୟ ରେ ଅବସ୍ଥାପିତ କରାଯାଇଛି ।ଏହି ସମସ୍ୟା କୁ ନେଇ  ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଶିକ୍ଷାବିତ ମନେ  ପରୀକ୍ଷା ପୂର୍ବରୁ ସରକାର ଙ୍କ ର ଏଭଳି ନୀତି କୁ ନାପସନ୍ଦ କରୁଛନ୍ତି। ତେଣୁ
ଶିକ୍ଷା ର ବ୍ୟାପକ ଅର୍ଥ ରେ ଜାତିର ପିତା ମହାତ୍ମା ଗାନ୍ଧୀ  ଙ୍କ ଦୃଷ୍ଟି ରେ  ଶିକ୍ଷା ଅନୁଷ୍ଠାନ ରେ ପାଠ ପଢାକୁ ଯେତିକି ଗୁରୁତ୍ୱ ଦିଆଯାଉଛି ସେହି ଅନୁସାରେ ଶିକ୍ଷା ଅନୁଷ୍ଠାନ ର ପାଠପଢ଼ାର ଏକ ସୁନ୍ଦର ପରିବେଶ ଉପରେ ଯେତେବେଳେ ଗୁରୁତ୍ୱ ଦିଆଯିବ ସେତେବେଳେ ଶିକ୍ଷା ର ମାନ ଆପେ ଆପେ ବୃଦ୍ଧି ପାଇବ ।

Post a Comment

0 Comments