Recent

6/recent/ticker-posts

ଜୟ ନବୀନ ,ଜୟ ରମେଶ ଧ୍ବନିରେ ପ୍ରକମ୍ପିତ ସିଙ୍ଗାର ପଲ୍ଲୀ ପଞ୍ଚାୟତ

ଜୟ ନବୀନ ,ଜୟ ରମେଶ ଧ୍ବନିରେ ପ୍ରକମ୍ପିତ ସିଙ୍ଗାର ପଲ୍ଲୀ ପଞ୍ଚାୟତନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଞ୍ଚାୟତ ଓଡ଼କପା ଗ୍ରାମ ରେ ମା ଖମ୍ବେଶ୍ୱରୀ ନାଟ୍ୟ ସଂସଦ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅସତୀ ତୁଳସୀ ସତୀ ଚଉରା ନାଟକ ମଞ୍ଚସ୍ଥ ହୋଇଥିଲା। ନୂଆଗାଁ ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମଞ୍ଚସ୍ଥ ନାଟକ କୁ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ୧୭ ନଂଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ ପଟ୍ଟନାୟକ, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସିଙ୍ଗାର ପଲ୍ଲୀ ସରପଞ୍ଚ ଗାୟତ୍ରୀ ବେହେରା,ସମିତି ସଭ୍ୟା ସ୍ମିତାରାଣୀ ସେଠୀ , ସମାଜ ସେବୀ ସୂର୍ଯ୍ୟ ନାରାୟଣ ସାହୁ,ଯୁବ ବିଜେଡ଼ି ଉପ ସଭାପତି ସଞ୍ଜୀବ କୁମାର ଡାକୁଆ,ବ୍ଲକ୍ ବିଜେଡ଼ି ଉପ ସଭାପତି ମୂରଲୀଧର ଜେନା,ସୋରଡ଼ା ପଞ୍ଚାୟତ ସରପଞ୍ଚ,ସମାଜ ସେବୀ ଦାଶରଥି ପ୍ରଧାନ,ସନ୍ତୋଷ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପଞ୍ଚାୟତ ର ବିଜେଡ଼ି କର୍ମୀ ଜୟ ନବୀନ ,ଜୟ ରମେଶ ,ନବୀନ ପଟ୍ଟନାୟକ ଜିନ୍ଦାବାଦ,ରମେଶ ଭାଇ ଜିନ୍ଦାବାଦ ସ୍ଲୋଗାନ ଦେଇ ଦଶପଲ୍ଲା ବିଧାୟକ ଙ୍କୁ ନାଟକ ଷ୍ଟେଜ କୁ ପାଛୋଟି ନେଇଥିଲେ।ଏହାପରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଶପଲ୍ଲା ବିଧାୟକ ଓ ସମ୍ମାନୀତ ଅତିଥି ମାନଙ୍କୁ ସମ୍ମାନୀତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଶହ ଶହ ଦର୍ଶକ ଉପସ୍ଥିତ ଥିଲେ।...............ବର୍ଷା ନାୟକଙ୍କ ରିପୋର୍ଟ ସାରାଦୁନିଆ news

Post a Comment

0 Comments