Recent

6/recent/ticker-posts

ବିଶ୍ୱର ଦ୍ୱିତୀୟ ଧନୀ ଗୈାତମ ଆଦାନୀ

ଭାରତୀୟ ଉଦ୍ୟୋଗପତି ଗୌତମ ଅଦାନୀ ପାଲଟିଲେ ବିଶ୍ୱର ଦ୍ୱିତୀୟ ବଡ ଧନୀ । ବିଶ୍ୱର ଟପ-୧୦ ବିଲେନିୟରଙ୍କ ସୂଚୀରେ ଏଲନ ମସ୍କଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ। ଗତ ସପ୍ତାହରେ ସେ ୪ନଂ ସ୍ଥାନରୁ ଉଠି ୩ନଂରେ ପହଞ୍ଚିଥିଲେ। ହେଲେ ଏବେ ସେ ବିଶ୍ୱର ଦୁଇ ନମ୍ବର ଧନୀ ହୋଇ ଯାଇଥିବା ଫୋର୍ବସ ରିପୋର୍ଟ ପ୍ରକାଶ କରିଛି।  ତେବେ ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ତାଲିକାରେେ   ଗୌତମ ଅଦାନୀ ଏବେ ବି ତୃତୀୟ ସ୍ଥାନରେ ରହିଛନ୍ତି । ଫୋର୍ବସର ରିୟଲ ଟାଇମ ବିଲେନିୟର ତାଲିକାରେ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୧୫୫.୭ ବିଲିୟନ ଡଲାର ରହିଛି। ତାଙ୍କ ସମ୍ପତ୍ତିର ମୂଲ୍ୟ ୫.୫ ବିଲିୟନ ଡଲାର ବା ୪% ବୃଦ୍ଧି ପାଇଛି। ଆଦାନୀ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କୁ ଧନୀ ତାଲିକାର ଦ୍ୱିତୀୟ ସ୍ଥାନରୁ ହଟାଇ ଦେଇଛନ୍ତି। ଏବେ ଆଦାନୀଙ୍କ ଉପରେ କେବଳ  ଟେଲସାର ମୁଖ୍ୟ ଏଲନ ମସ୍କ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୭୩.୫ ବିଲିୟନ ଡଲାର। ଗତ ମାସରେ ମଧ୍ୟ ଗୌତମ ଆଦାନୀ ଲୁଇ ଭୁଇଟନର ବର୍ନାର୍ଡ ଆର୍ନଲ୍ଟଙ୍କୁ ଟପି ତୃତୀୟ ସ୍ଥାନ ଅଧିକାର କରିଥିଲେ । କିନ୍ତୁ ସେହି ସମୟରେ ସେ ଜେଫ୍ ବେଜୋସ୍ ଏବଂ ଏଲନ୍ ମସ୍କଙ୍କ ପଛରେ ଥିଲେ।_

Post a Comment

0 Comments