Recent

6/recent/ticker-posts

୧୮ରୁ ବଦଳିବ ପାଗ, ୧୯ରୁ ବର୍ଷା; ଉପକୂଳରେ ଖରା, ଗୁଳୁଗୁଳି

ଭୁବନେଶ୍ବର : ମୌସୁମୀଜନିତ ନିମ୍ନ ଚାପରେଖା ଶୁକ୍ରବାର ଦିନ ରାଜସ୍ଥାନର ବିକାନେର୍‌, ନାର୍‌ନୁଲ୍‌, ସୁଦୃଶ ଲଘୁଚାପ ବଳୟର କେନ୍ଦ୍ର, ପାଟନା ଓ ଦୀଘାଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି। ଫଳରେ ଏବେ ରାଜ୍ୟରେ ମୌସୁମୀ ନିଷ୍କ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ଖରା ହେବାସହ ଦିନ ତାପମାତ୍ରା ବୃଦ୍ଧି ପାଉଛି। ଏଥିସହ ବାୟୁମଣ୍ଡଳର ଉଚ୍ଚ ଆର୍ଦ୍ରତା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ଦିନକ ପରେ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଦେଖାଯିବ। ୧୮ତାରିଖ ଆଡ଼କୁ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ସେହି ଅଞ୍ଚଳରେ ଏକ ଲଘୁଚାପବଳୟ ସୃଷ୍ଟିହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗର ସୂଚନା ମୁତାବକ, ଆସନ୍ତା ୧୯ ଓ ୨୦ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୧୮ ଓ ୧୯ ତାରିଖରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା (୭୦ରୁ ୧୧୦ ମିମି) ହେବ ଓ ୨୦ ତାରିଖରୁ ପ୍ରବଳରୁ ଅତିପ୍ରବଳ (୨୦୦ ମିମି ଯାଏଁ) ବର୍ଷିବାର ସମ୍ଭାବନା ରହିଛି।   

                    SARADUNIA NEWS

Post a Comment

0 Comments