Recent

6/recent/ticker-posts

ଅଜଣା ଯନ୍ତୁ ଆକ୍ରମଣରେ ଯୁବକ ଗୁରୁତର.

  
କ୍ଷୀଗୋପାଳ :-  ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାରଙ୍ଗଯୋଡି ପଞ୍ଚାୟତ ର ଧ୍ୱଜାମୁଣ୍ଡେଇ ଗୁଆବାରି ହରିଜନ ସାହିରେ ଵିଲ ବାଛୁଥିବା ସମୟରେ ଏକ ଜଙ୍ଗଲି ଜନ୍ତୁ ଆକ୍ରମଣ ରେ ଉକ୍ତ ସାହି ର ଜଣେ ଯୁବକ ଗୁରୁତର ଆହତ ହୋଇ ପ୍ରଥମେ ସାକ୍ଷୀଗୋପାଳ ପରେ ପୁରୀ ବଡ଼ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।
ଖବର ନେବାରୁ ଜଣାପଡିଛି
ଧ୍ୱଜା ମୁଣ୍ଡେଇ ଗୁଆବାରି ହରିଜନ ସାହିର ଭୀମଭୋଇ( ୩୦   )ପିତା କାଶିଭୋଇ  ,ଗୁରୁବାର ସକାଳୁ ଗାଁ ମୁଣ୍ଡ ଗହୀର ରେ ନିଜ ଧାନ ଜମି ରେ କାମ କରୁଥିବା ସମୟରେ ଏକ( ଘୁଷୁରୀ ) ଭଳି ଦେଖାଯାଉଥିବା ଅଜଣା ଜଙ୍ଗଲୀ ଜନ୍ତୁ ଭୀମ ଙ୍କୁ ପଛ ପଟୁ ଆକ୍ରମଣ କରିଥିଲା  । ଆକ୍ରମଣ ରେ ତାଙ୍କ ଶରୀରରେ ଏକା ଧିକ ବଡ଼ ବଡ଼ କ୍ଷତ ସୃଷ୍ଟି ହୋଇଥିବା ବେଳ ତାଙ୍କ  ଚିତ୍କାର ଶୁଣି  ପରିବାର ଓ ଗାଁ ଲୋକ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ଜନ୍ତୁ ଟି ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳେଇ ଥିଲା ।  ଏହି ଘଟଣା ପ୍ରସାରିତ ହେବା ପରେ ଉକ୍ତ ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହୋଇଛି । ଏହି ଜନ୍ତୁ ଟି କୁ ଧରିବା ପାଇଁ ଧ୍ୱଜାମୁଣ୍ଡେଇ ଗୁଆବାରି ହରିଜନ ସହି ର ଲୋକଙ୍କ ସହ ସରଙ୍ଗଯୋଡି ପଞ୍ଚାୟତ ର ସରପଞ୍ଚ ପ୍ରଶାସନ ନିକଟରେ ଦାବି କରିଛନ୍ତି ।ସେପଟେ ଆକ୍ରମଣ ରେ ଆହତ ଯୁବକ ଭୀମ ର ସମସ୍ତ ଖର୍ଚ୍ଚ ସରକାର ବହନ କରିବା ପାଇଁ ପରିବାର ଲୋକ ନିବେଦନ କରିଛନ୍ତି ।

Post a Comment

0 Comments