Recent

6/recent/ticker-posts

ଆଉ ନାହାଁନ୍ତି ପାଲା କୁ ପ୍ରାଣ ଭରି ଭଲ ପାଉଥିବା ନିଆରା ମଣିଷ ଗୋଟିଏ ସାକ୍ଷୀଗୋପାଳ :- ପାଲା ଜଗତକୁ ଅତୁଳନୀୟ ଅବଦାନ ଢ଼ାଳି ଦେଇଥିବା କୋଣାର୍କ ନିକଟସ୍ଥ ଗୁଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିବା ପାଲା ଶ୍ରୋତା ତୁଷାର ରଞ୍ଜନ ପାଢ଼ୀ ( ବବି ଭାଇନା ) ଙ୍କ ର ଗତ ରାତ୍ରିରେ ଅକାଳ ବିୟୋଗ ହୋଇଯାଇଛି ।କିଛିଦିନ ହେବ ପେଟରେ ଯନ୍ତ୍ରଣା ପାଇ ଦୁରାରୋଗ୍ୟ କ୍ୟାନ୍ସର ର ଶିକାର ହୋଇଥିଲେ । ପରିବାର ସଦସ୍ୟ ମେଡିକାଲ୍ ନେଇ ସଫଳ ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ଫଳ ମିଳି ନଥିଲା । ଏକାଧାରରେ ସେ ଥିଲେ ଜଣେ ପୁସ୍ତକ କୀଟ , ବାଗ୍ମୀ , ଗୁଣୀ । ବିଭିନ୍ନ ଶ୍ଲୋକ , ଛାନ୍ଦ , ଚଉପଦୀ ମୂଲ୍ୟବାନ କଥା ସଂଗ୍ରହ କରି , ପାଲା ଗାୟକ ଙ୍କୁ ପ୍ରଦାନ କରି ସମସ୍ତଙ୍କର ହୋଇ ପାରିଥିଲେ ଅତ୍ୟନ୍ତ ପ୍ରିୟ । ଓଡ଼ିଶାର କୋଣ ଅନୁକୋଣରେ ପାଲା ଦେଖିବା ତାଙ୍କର ଥିଲା ଗୋଟାଏ ହବି । ବିଶ୍ଵଶାନ୍ତି ସେବାଶ୍ରମ ପରି ବିଭିନ୍ନ ଅନୁଷ୍ଠାନରୁ ପାଲା ପ୍ରେମୀ ଭାବରେ ସେ ପାଇଥିଲେ ଅନେକ ସମ୍ବର୍ଦ୍ଧନା ।ଜଣେ ସରଳ , ନିଷ୍କପଟ ମଣିଷ ଙ୍କ ର ବିୟୋଗରେ ଅର୍କ ମଣ୍ଡଳ ପାଲା ଗାୟକ ପରିଷଦ ଗଭୀର ମର୍ମାହତ । ଗତ ଗଣେଶ ପୂଜାରେ କୋଣାର୍କ ରେ ଅନୁଷ୍ଠିତ ପାଲା ରେ ଗୁରୁ ଗାୟକ ବ୍ୟାସ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦାଶ ସାତ ଦିନ ଧରି ତାଙ୍କ ଆରୋଗ୍ୟ ପାଇଁ ହରିବୋଲ ଦେଇଥିଲେ । ଭଗବାନ ସତ୍ୟନାରାୟଣ ନିଶ୍ଚିତ ତଙ୍କୁନିଜ ପଦରେ ସ୍ଥାନ ଦେବେ । ପୁଣି ଥରେ ଆମ ସମସ୍ତଙ୍କ ନିକଟକୁ ଫେରାଇଦେବେ ପାଲା କୁ ଭଲ ପାଇବା ମଣିଷଟିଏ କରି, ଏତିକି ପ୍ରାର୍ଥନା । ଅର୍କ ମଣ୍ଡଳ ପାଲା ଗାୟକ ପରିଷଦ

ଆଉ ନାହାଁନ୍ତି ପାଲା କୁ ପ୍ରାଣ ଭରି ଭଲ ପାଉଥିବା ନିଆରା ମଣିଷ ଗୋଟିଏ 

ସାକ୍ଷୀଗୋପାଳ :- ପାଲା ଜଗତକୁ ଅତୁଳନୀୟ ଅବଦାନ ଢ଼ାଳି ଦେଇଥିବା କୋଣାର୍କ ନିକଟସ୍ଥ ଗୁଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିବା ପାଲା ଶ୍ରୋତା ତୁଷାର ରଞ୍ଜନ ପାଢ଼ୀ ( ବବି ଭାଇନା ) ଙ୍କ ର ଗତ ରାତ୍ରିରେ ଅକାଳ ବିୟୋଗ ହୋଇଯାଇଛି ।କିଛିଦିନ ହେବ ପେଟରେ ଯନ୍ତ୍ରଣା ପାଇ ଦୁରାରୋଗ୍ୟ କ୍ୟାନ୍ସର ର ଶିକାର ହୋଇଥିଲେ । ପରିବାର ସଦସ୍ୟ ମେଡିକାଲ୍ ନେଇ ସଫଳ ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ଫଳ ମିଳି ନଥିଲା । 
       ଏକାଧାରରେ ସେ ଥିଲେ ଜଣେ ପୁସ୍ତକ କୀଟ , ବାଗ୍ମୀ , ଗୁଣୀ । ବିଭିନ୍ନ ଶ୍ଲୋକ , ଛାନ୍ଦ , ଚଉପଦୀ ମୂଲ୍ୟବାନ କଥା ସଂଗ୍ରହ କରି , ପାଲା ଗାୟକ ଙ୍କୁ ପ୍ରଦାନ କରି ସମସ୍ତଙ୍କର ହୋଇ ପାରିଥିଲେ ଅତ୍ୟନ୍ତ ପ୍ରିୟ । ଓଡ଼ିଶାର କୋଣ ଅନୁକୋଣରେ ପାଲା ଦେଖିବା ତାଙ୍କର ଥିଲା ଗୋଟାଏ ହବି । ବିଶ୍ଵଶାନ୍ତି ସେବାଶ୍ରମ ପରି ବିଭିନ୍ନ ଅନୁଷ୍ଠାନରୁ ପାଲା ପ୍ରେମୀ ଭାବରେ ସେ ପାଇଥିଲେ ଅନେକ ସମ୍ବର୍ଦ୍ଧନା ।ଜଣେ ସରଳ , ନିଷ୍କପଟ ମଣିଷ ଙ୍କ ର ବିୟୋଗରେ ଅର୍କ ମଣ୍ଡଳ ପାଲା ଗାୟକ ପରିଷଦ ଗଭୀର ମର୍ମାହତ । ଗତ ଗଣେଶ ପୂଜାରେ କୋଣାର୍କ ରେ ଅନୁଷ୍ଠିତ ପାଲା ରେ ଗୁରୁ ଗାୟକ ବ୍ୟାସ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦାଶ ସାତ ଦିନ ଧରି ତାଙ୍କ ଆରୋଗ୍ୟ ପାଇଁ ହରିବୋଲ ଦେଇଥିଲେ । ଭଗବାନ ସତ୍ୟନାରାୟଣ ନିଶ୍ଚିତ ତଙ୍କୁନିଜ ପଦରେ ସ୍ଥାନ ଦେବେ । ପୁଣି ଥରେ ଆମ ସମସ୍ତଙ୍କ ନିକଟକୁ ଫେରାଇଦେବେ ପାଲା କୁ ଭଲ ପାଇବା ମଣିଷଟିଏ କରି, ଏତିକି ପ୍ରାର୍ଥନା ।
           
     ଅର୍କ ମଣ୍ଡଳ ପାଲା ଗାୟକ ପରିଷଦ

Post a Comment

0 Comments