Recent

6/recent/ticker-posts

ଜାତୀୟ ରାଜପଥ 316 ରେ ଛିନତାଇ କରୁଥିବା ଗ୍ୟାଙ୍ଗ ଗିରଫ.ସାକ୍ଷୀଗୋପାଳ :-ସତ୍ୟବାଦୀ ବ୍ଲକ ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜ ପଥ ରେ ପଥ ଚାରି ଙ୍କୁ ଭୟ ଦେଖାଇ ଛୀନତାଇ ଓ ରାହାଜାନୀ କରୁଥିବା ଗ୍ୟାଙ୍ଗ ର ତିନି ଜଣ କୁଖ୍ୟାତ ସଦସ୍ୟ ଙ୍କୁ ସୋମବାର ସତ୍ୟବାଦୀ ପୋଲିସ ଧରିବାରେ ସଫଳ ହୋଇଛି ।ଘଟଣା ରୁ ପ୍ରକାଶ ଚଳିତ ମାସ ୪/୯/୨୦୨୨ ରିଖ ସନ୍ଧ୍ୟା ସମୟରେ ଚନ୍ଦନ ପୁର ଥାନା ଅଞ୍ଚଳର ସନ୍ତୋଷ କୁମାର ସାହୁ, ସା - ଅଳପୁର ନିଜ ସ୍ତ୍ରୀ ପୂର୍ଣ୍ଣିମା ସାହୁ ଓ ନିଜ ପିଲା  ଙ୍କୁ  ନେଇ ମୋଟର ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ୩୧୬ ନମ୍ବର ଜାତୀୟ ରାଜପଥ ର ସତ୍ୟବାଦୀ ବ୍ଲକ ଛକ ନିକଟରେ ରେ ଏକ କଳା ଓ ନାଲି ରଙ୍ଗ ର ପଲସର ଗାଡ଼ିରେ ଆସି ଗାଡି ରେ ବସିଥିବା ପୂର୍ଣ୍ଣିମା ଙ୍କ ଠାରୁ ଭ୍ୟାନିଟି ବ୍ୟାଗ ଟି ଛଡାଇ ନେଇ ଦୃତ ଗତିରେ ପଳାଇଯାଇଥିଲେ  ଏହି ବ୍ୟାଗ ରେ ପୂର୍ଣ୍ଣିମା ଙ୍କ ର ଏକ ସୁନା ହାର ,କିଛି ନଗଦ ଟଙ୍କା ,ରହିଥିଲା।ଏହି ସମୟ ରେ ପୂର୍ଣ୍ଣିମା ଗାଡିରୁ ପଡି ଆହତ ହୋଇଥିଲେ।ସେହିଭଳି ୨୯ /୪/୨୦୨୨ ରିଖ ର ସନ୍ଧ୍ୟା ସମୟରେ ଚନ୍ଦନପୁର ଥାନା ଅଞ୍ଚଳର  ଲିଙ୍ଗରାଜ ମହାପାତ୍ର ,ସା-- ନରସିଂହ ପୁର , ତାଙ୍କ ସ୍ତ୍ରୀଙ୍କୁ ମଟର ସାଇକେଲ ରେ ବସାଇ ଯାଉଥିବା ବେଳେ ସତ୍ୟବାଦୀ ବ୍ଲକ ନିକଟ  ୩୧୬ ନମ୍ବର ଜାତୀୟ ରାଜପଥର  ବିରଗୋବନ୍ଦପୁରରାସ୍ତା ଠାରେ ଦୁଇ ଜଣ ଦୁର୍ବୁତ୍ତ ଏକ କଳା ଓ ନାଲି ରଙ୍ଗର ପଲସର ଗାଡ଼ିରେ ଆସି ତାଙ୍କ ସ୍ତ୍ରୀ ଙ୍କ ଠାରୁ ଭ୍ୟାନିଟି ବ୍ୟାଗ ଟି ଛଡାଇ ନେଇ ଦୃତ ଗତିରେ ପଳାଇଥିଲେ ।ଏହି ଭ୍ୟାନିଟି ବ୍ୟାଗ ରେ  ଏକ ମୋବାଇଲ.ସୁନା ,ଓ ରୂପା ଅଳଙ୍କାର ସହିତ ନଗଦ ଟଙ୍କା ରହିଥିଲା । ଏହି ଘଟଣା ସମ୍ପର୍କରେ ଲିଙ୍ଗରାଜ ସତ୍ୟବାଦୀ ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ତାଙ୍କ ଅଭିଯୋଗ ଅନୁଯାୟୀ ସତ୍ୟବାଦୀ ପୋଲିସ ୧୩୫/୨୦୨୨ ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚାଲୁ ରଖିଥିଲେ । ଓ ବାରମ୍ବାର ଏଭଳି ଘଟଣା ଘଟୁଥିବା ରୁ ପୁରୀ (ଏସପି) ଙ୍କ ନିର୍ଦ୍ଦେଶ ରେ ପିପିଲି (ଏସ ଡି ପି ଓ) ଙ୍କ ନେତୃତ୍ୱରେ ଏକସ୍ୱତନ୍ତ୍ର ଟିମି ଗଠନ କରାଯାଇଥିଲା । ଏକ ନିର୍ଦ୍ଦିଷ୍ଟ ସୂତ୍ର ରୁ ଖବର ପାଇ ଏହି ଟିମି ଉକ୍ତ ଅଂଚଳରେ ଚଢ଼ାଉ ସମୟ ରେ ଏହି ଗ୍ୟାଙ୍ଗ ର ମାଷ୍ଟର ମଇଣ୍ଡି ସମେତ ଅନ୍ୟ ଦୁଇ ଜଣ ଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ଏମାନେହେଲେ ଖୋର୍ଦ୍ଧାଜିଲ୍ଲା, ସା-ଖଜୁରିଆ, ନିରାକାର ପୁର ଥାନା ଅଞ୍ଚଳର ସକିଲି ସାହା, ଆଜାରୁଦିନି ସାହା(ଚୁନୁ) ଅନ୍ୟ ଜଣେ  ପୁରୀ ଜିଲ୍ଲା ,ସା-ଦିବ୍ୟସିଂହପୁର ,ଥାନା ଗଡ଼ିଶାଗଦା ଅଞ୍ଚଳର ର କୈଳାସ ବାରିକି (ଆଖି) କୁ ପୋଲିସ ଧରିବା ସହ ଛିନିତାଇ ଘଟଣା ରେ ବେବହାର କରୁଥିବା କଳା ଓ ନାଲି ରଙ୍ଗର ପଲସର ୨୨୦  ନମ୍ବର (ଓଡ଼ି ୩୩ ଡ଼ବ୍ଲୁ  ୭୨୦୨), ନଗଦ ୬୦୦ ଟଙ୍କା ,ତରଳ ରୂପା ମୁଣ୍ଡା ,ଓ ମୋବାଇଲ କୁ ଜବତ କରିଛି । ଓ ଚୋରି ହୋଇଥବା ସୁନା ଅଳଙ୍କାର ସମ୍ବନ୍ଧରେ  ସନ୍ଧାନ ପାଇଁ ଅଧିକ ତଦନ୍ତ ଚାଲୁରହିଛି ଏମାନଙ୍କ ନାମ ରେ  ଥାନାରେ ପୂର୍ବରୁ ଏଭଳି ଅପରାଧିକ କେଶ ରହିଥିବା ସହ ଜେଲ ଯାଇଛନ୍ତି ବୋଲି ସତ୍ୟବାଦୀ ଥାନା ଆଈ ଆଈ ସି ବିଜୟ କେତନ ବେହେରା ସୂଚନା ଦେଇଛନ୍ତି ।ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଜାତୀୟ ରାଜପଥ 316 ରେ ଛିନତାଇ କରୁଥିବା ଗ୍ୟାଙ୍ଗ ଗିରଫ.

ସାକ୍ଷୀଗୋପାଳ :-ସତ୍ୟବାଦୀ ବ୍ଲକ ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜ ପଥ ରେ ପଥ ଚାରି ଙ୍କୁ ଭୟ ଦେଖାଇ ଛୀନତାଇ ଓ ରାହାଜାନୀ କରୁଥିବା ଗ୍ୟାଙ୍ଗ ର ତିନି ଜଣ କୁଖ୍ୟାତ ସଦସ୍ୟ ଙ୍କୁ ସୋମବାର ସତ୍ୟବାଦୀ ପୋଲିସ ଧରିବାରେ ସଫଳ ହୋଇଛି ।
ଘଟଣା ରୁ ପ୍ରକାଶ ଚଳିତ ମାସ ୪/୯/୨୦୨୨ ରିଖ ସନ୍ଧ୍ୟା ସମୟରେ ଚନ୍ଦନ ପୁର ଥାନା ଅଞ୍ଚଳର ସନ୍ତୋଷ କୁମାର ସାହୁ, ସା - ଅଳପୁର ନିଜ ସ୍ତ୍ରୀ ପୂର୍ଣ୍ଣିମା ସାହୁ ଓ ନିଜ ପିଲା  ଙ୍କୁ  ନେଇ ମୋଟର ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ୩୧୬ ନମ୍ବର ଜାତୀୟ ରାଜପଥ ର ସତ୍ୟବାଦୀ ବ୍ଲକ ଛକ ନିକଟରେ ରେ ଏକ କଳା ଓ ନାଲି ରଙ୍ଗ ର ପଲସର ଗାଡ଼ିରେ ଆସି ଗାଡି ରେ ବସିଥିବା ପୂର୍ଣ୍ଣିମା ଙ୍କ ଠାରୁ ଭ୍ୟାନିଟି ବ୍ୟାଗ ଟି ଛଡାଇ ନେଇ ଦୃତ ଗତିରେ ପଳାଇଯାଇଥିଲେ  ଏହି ବ୍ୟାଗ ରେ ପୂର୍ଣ୍ଣିମା ଙ୍କ ର ଏକ ସୁନା ହାର ,କିଛି ନଗଦ ଟଙ୍କା ,ରହିଥିଲା।ଏହି ସମୟ ରେ ପୂର୍ଣ୍ଣିମା ଗାଡିରୁ ପଡି ଆହତ ହୋଇଥିଲେ।
ସେହିଭଳି ୨୯ /୪/୨୦୨୨ ରିଖ ର ସନ୍ଧ୍ୟା ସମୟରେ ଚନ୍ଦନପୁର ଥାନା ଅଞ୍ଚଳର  ଲିଙ୍ଗରାଜ ମହାପାତ୍ର ,ସା-- ନରସିଂହ ପୁର , ତାଙ୍କ ସ୍ତ୍ରୀଙ୍କୁ ମଟର ସାଇକେଲ ରେ ବସାଇ ଯାଉଥିବା ବେଳେ ସତ୍ୟବାଦୀ ବ୍ଲକ ନିକଟ  ୩୧୬ ନମ୍ବର ଜାତୀୟ ରାଜପଥର  ବିରଗୋବନ୍ଦପୁରରାସ୍ତା ଠାରେ ଦୁଇ ଜଣ ଦୁର୍ବୁତ୍ତ ଏକ କଳା ଓ ନାଲି ରଙ୍ଗର ପଲସର ଗାଡ଼ିରେ ଆସି ତାଙ୍କ ସ୍ତ୍ରୀ ଙ୍କ ଠାରୁ ଭ୍ୟାନିଟି ବ୍ୟାଗ ଟି ଛଡାଇ ନେଇ ଦୃତ ଗତିରେ ପଳାଇଥିଲେ ।ଏହି ଭ୍ୟାନିଟି ବ୍ୟାଗ ରେ  ଏକ ମୋବାଇଲ.ସୁନା ,ଓ ରୂପା ଅଳଙ୍କାର ସହିତ ନଗଦ ଟଙ୍କା ରହିଥିଲା । ଏହି ଘଟଣା ସମ୍ପର୍କରେ ଲିଙ୍ଗରାଜ ସତ୍ୟବାଦୀ ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ତାଙ୍କ ଅଭିଯୋଗ ଅନୁଯାୟୀ ସତ୍ୟବାଦୀ ପୋଲିସ ୧୩୫/୨୦୨୨ ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚାଲୁ ରଖିଥିଲେ । ଓ ବାରମ୍ବାର ଏଭଳି ଘଟଣା ଘଟୁଥିବା ରୁ ପୁରୀ (ଏସପି) ଙ୍କ ନିର୍ଦ୍ଦେଶ ରେ ପିପିଲି (ଏସ ଡି ପି ଓ) ଙ୍କ ନେତୃତ୍ୱରେ ଏକସ୍ୱତନ୍ତ୍ର ଟିମି ଗଠନ କରାଯାଇଥିଲା । ଏକ ନିର୍ଦ୍ଦିଷ୍ଟ ସୂତ୍ର ରୁ ଖବର ପାଇ ଏହି ଟିମି ଉକ୍ତ ଅଂଚଳରେ ଚଢ଼ାଉ ସମୟ ରେ ଏହି ଗ୍ୟାଙ୍ଗ ର ମାଷ୍ଟର ମଇଣ୍ଡି ସମେତ ଅନ୍ୟ ଦୁଇ ଜଣ ଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ଏମାନେହେଲେ ଖୋର୍ଦ୍ଧାଜିଲ୍ଲା, ସା-ଖଜୁରିଆ, ନିରାକାର ପୁର ଥାନା ଅଞ୍ଚଳର ସକିଲି ସାହା, ଆଜାରୁଦିନି ସାହା(ଚୁନୁ) 
ଅନ୍ୟ ଜଣେ  ପୁରୀ ଜିଲ୍ଲା ,ସା-ଦିବ୍ୟସିଂହପୁର ,ଥାନା ଗଡ଼ିଶାଗଦା ଅଞ୍ଚଳର ର କୈଳାସ ବାରିକି (ଆଖି) କୁ ପୋଲିସ ଧରିବା ସହ ଛିନିତାଇ ଘଟଣା ରେ ବେବହାର କରୁଥିବା କଳା ଓ ନାଲି ରଙ୍ଗର ପଲସର ୨୨୦  ନମ୍ବର (ଓଡ଼ି ୩୩ ଡ଼ବ୍ଲୁ  ୭୨୦୨), ନଗଦ ୬୦୦ ଟଙ୍କା ,ତରଳ ରୂପା ମୁଣ୍ଡା ,ଓ ମୋବାଇଲ କୁ ଜବତ କରିଛି । ଓ ଚୋରି ହୋଇଥବା ସୁନା ଅଳଙ୍କାର ସମ୍ବନ୍ଧରେ  ସନ୍ଧାନ ପାଇଁ ଅଧିକ ତଦନ୍ତ ଚାଲୁରହିଛି ଏମାନଙ୍କ ନାମ ରେ  ଥାନାରେ ପୂର୍ବରୁ ଏଭଳି ଅପରାଧିକ କେଶ ରହିଥିବା ସହ ଜେଲ ଯାଇଛନ୍ତି ବୋଲି ସତ୍ୟବାଦୀ ଥାନା ଆଈ ଆଈ ସି ବିଜୟ କେତନ ବେହେରା ସୂଚନା ଦେଇଛନ୍ତି ।ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Post a Comment

0 Comments