Recent

6/recent/ticker-posts

ସାଇକେଲ ଯୋଗେ ସାରା ଭାରତ ଯାତ୍ରାରେ ଅସିଥିବା ୪ଜଣ ବିଦେଶୀ ନାଗରିକଙ୍କୁ ପିପିଲିରେ ଭବ୍ୟ ସ୍ୱାଗତ.

ସାଇକେଲ ଯୋଗେ ସାରା ଭାରତ ଯାତ୍ରାରେ ଅସିଥିବା ୪ଜଣ ବିଦେଶୀ ନାଗରିକଙ୍କୁ ପିପିଲିରେ ଭବ୍ୟ ସ୍ୱାଗତ.

ସାଇକେଲ ଯୋଗେ ସାରା ଭାରତ ଯାତ୍ରାରେ ଅସିଥିବା ୪ଜଣ ବିଦେଶୀ ନାଗରିକଙ୍କୁ ପିପିଲିରେ ଭବ୍ୟ ସ୍ୱାଗତ୍ । ପୁରୀ ଯିବା ବାଟ ପିପିଲି ଟୋଲଗେଟ ନିକଟରେ ପିପିଲି ର ସାମ୍ବାଦିକ ଶ୍ରୀ ବିଜୟ କୁମାର ମହାପାତ୍ର.ରାଜକିଶୋର ସ୍ୱାଇଁ. ପ୍ରଦନ୍ନ କୁମାର ସୁବୁଦ୍ଧି. ପ୍ରତାପ ବାରିକ. ମନୋରଞ୍ଜନ ମହାପାତ୍ର ଓ ସମାଜସେବି ଗୁଣନିଧି ପ୍ରଧାନ ପ୍ରମୁଖ ୪ଜଣ ବିଦେଶୀ ସାଇକେଲ ଆରୋହୀଙ୍କୁ ଫୁଲତୋଡା ଓ ପିପିଲି ଚାନ୍ଦୁଆ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି । ଏଥିସହ ସେମାନଙ୍କୁ ପୁରୀ ଜିଲ୍ଲା ପଇଡ ପିଆଇ ଖୁସି କରାଇଛନ୍ତି । ତେବେ ସେମାନେ ହେଲେ ଜର୍ମାନ ଦେଶର ମିସ୍ ଥୋମାସ୍ , ମିସ୍ ଫ୍ରାଙ୍କ, ମିସ୍ ଭେରୋନା ଏବଂ ଫିଲିପାଇନ୍ସ ଦେଶର ରେଞ୍ଜଲ । ତେବେ ଏହି ୪ଜଣ ବିଦେଶୀ ସାଇକେଲ ଆରୋହୀ ଓଡିଶାର ବିଭିନ୍ନ ଐତିହସ୍ଥଳି ଭ୍ରମଣରେ ଆସିଥିବା ବେଳେ ଆଜି ଭୁବନେଶ୍ୱର ଠାରେ ପହଂଚି  ପ୍ରଥମେ ଭୁବନେଶ୍ୱର ନିକଟ ଶାନ୍ତିସ୍ତୁପ ଧଉଳି ଗିରି ପରିଭ୍ରମଣ କରିଛନ୍ତି । ପରେ ପିପିଲି ଚାନ୍ଦୁଆ ନଗରୀ , କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଜଗନ୍ନଥ ମନ୍ଦିର ଆଦି ପୁରୀ ଜିଲ୍ଲାର ବିଭିନ୍ନ ଐତିହସ୍ଥଳ ଗସ୍ତ କରିବେ ବୋଲି ଓଡିଶା ୨୨ଆଡଭେନ୍‌ଚର ର ସଦସ୍ୟ ଅଜୟ ନନ୍ଦ ସୂଚନା ଦେଇଛନ୍ତି ।  ତେବେ ଆଜି ଏହି ୪ଜଣ ବିଦେଶୀ ସାଇକେଲ ଆରୋହୀ ପର୍ଯ୍ୟଟକ ପିପିଲି  ରେ ପହଂଚିବା ପରେ ଏଠାକାର ପ୍ରାକୃତିକ ପରିବେଶ ସହ ପୁରୀ ଜିଲ୍ଲା ଲୋକମାନଙ୍କୁ ବହୁତ ପ୍ରଶଂସା କରିଛନ୍ତି । 

Post a Comment

0 Comments