Recent

6/recent/ticker-posts

ସାର୍ବଜନୀନ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ

ସାର୍ବଜନୀନ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ 
 ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ମା ଘାଗୁଡ଼ିଦେବୀ ୟୁଥ କ୍ଲବ ର, ସାର୍ବଜନୀନ ଦୁର୍ଗାପୂଜା କମିଟି ର ଇତିମଧ୍ୟରେ ପ୍ରସ୍ତୁତି ବୈଠକ ସରିଯାଇଛି l ମା ଘାଗୁଡ଼ି ଦେବି କ୍ଲବ ରେ ର ସଦସ୍ୟ କେବଳ କାପ୍ତାପଲ୍ଲୀ ର ନୁହନ୍ତି କାପ୍ତାପଲ୍ଲୀ ଗ୍ରାମ ପଞ୍ଚାୟତ ର ପ୍ରାୟ ସମସ୍ତ ଗ୍ରାମରୁ ମେମ୍ବର ଅଛନ୍ତି l କିଛି ଆକ୍ଟିଭ ସଦସ୍ୟ ଏବଂ ପ୍ରତ୍ୟେକ ଗ୍ରାମର ସଭାପତି, ୱାର୍ଡ ମେମ୍ବର ମାନଙ୍କୁ ନେଇ କ୍ଲବ ର ସଭାପତି ସଂଜୀବ କୁମାର ଡାକୁଆ ଙ୍କ ସଭାପତିତ୍ୱ ରେ ମିଟିଙ୍ଗ ହୋଇଥିଲା l ଏଥିରେ ନିଷ୍ପତି ନିଆଯାଇଥିଲା କି , ଏବର୍ଷ ମଧ୍ୟ ମା ଙ୍କ ପୂଜା ଧୁମ ଧାମ ରେ ହେବେ, ପୂଜା ଉପଲକ୍ଷେ ଏବର୍ଷ ଏକ ସାମାଜିକ ନାଟକ ଏଠି ତୋର ଦୋଷ ନା ମୋର ଦୋଷ , କାପ୍ତାପଲ୍ଲୀ ଏବଂ ଗୁମି ଗ୍ରାମ ପଞ୍ଚାୟତ କଳାକାର ମାନଙ୍କୁ ନେଇ ଆସନ୍ତା ୮ ତାରିଖ ରେ ପୂଜା ଉପଲକ୍ଷେ ଦର୍ଶକ ମାନଙ୍କୁ ଭେଟିଦେବ l ଏବର୍ଷ ପୂଜା କମିଟି ସମ୍ପାଦକ ଦାୟିତ୍ଵ ପୀତବାଶ ବେହେରା ଙ୍କୁ ଦିଆଗଲା ଏବଂ ମ୍ୟାନେଜର ଦାୟିତ୍ଵ ବାସୁଦେବ ବେହେରାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଗଲା l ଶାନ୍ତି ଶୃଙ୍ଖଳା ସହ କିପରି ପୂଜା ଯାତ୍ରା ହୋଇପାରିବ ସେ ବାବଦରେ ଆଲୋଚନା କରାଗଲା l ଶେଷରେ ମା ଘଗୁଡ଼ିଦେବୀ ୟୁଥ କ୍ଲବ ର ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ସଦସ୍ୟ ଏବଂ ସଭାପତି ଙ୍କୁ ଧନ୍ୟବାଦ ଦେଇ ସଭା କୁ ସମାପ୍ତ କରିଥିଲେ ll
................ ରିପୋର୍ଟ - ବର୍ଷା ନାୟକ (ନୂଆଗାଁ)

Post a Comment

0 Comments