Recent

6/recent/ticker-posts

ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କଲେ ସୁଭସ୍ମିତା

ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କଲେ ସୁଭସ୍ମିତା
ନୂଆଗାଁ: ଜିଲ୍ଲା ସ୍ତରୀୟ ଅମୃତ ମହୋତ୍ସବ ଉପଲକ୍ଷେ ନୟାଗଡ ଡି ଆର୍ ଡି ଏ ପରିସରରେ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଜୁନିଅର ଓ ସିନିଅର ବିଭାଗକୁ ନେଇ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ୮ ଟି ବ୍ଲକ୍ ରୁ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ହାଇସ୍କୁଲ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ପରିଡ଼ା ଜୁନିଅର ବିଭାଗର କୁଇଜ୍ ପ୍ରତିଯୋଗିତା ପ୍ରଥମ ସ୍ଥାନ ଅଧିକାର କରି ନୂଆଗାଁ ବ୍ଲକ୍ ପାଇଁ ଗୌରବ ଆଣିଛନ୍ତି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଯୋଗଦେଇ ସୁଭସ୍ନିତା ଙ୍କୁ ପୁରସ୍କୃତ କରିଥିଲେ।ଶୁଭସ୍ମିତା ନୂଆଗାଁ ବ୍ଲକ୍ ପାଇଁ ଗୌରବ ଆଣି ଥିବାରୁ ଶିକ୍ଷକ ,ଶିକ୍ଷୟତ୍ରୀ ,ବୁଦ୍ଧିଜୀବୀ ,ଅଭିଭାବକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
...............ରିପୋର୍ଟ - ବର୍ଷା ନାୟକ  (ନୂଆଗାଁ)

Post a Comment

0 Comments