Recent

6/recent/ticker-posts

ସତ୍ୟବାଦୀ ପୋଲିସ କୁ ବଡସଫଳତାଧରାହେଲା ଦୃଦାନ୍ତ ସାଇବର କ୍ରାଇମ ଅପରାଧୀ.


ସାକ୍ଷୀଗୋପାଳ :-ନିଜକୁ ଷ୍ଟେଟବ୍ୟାଙ୍କ ମ୍ୟାନେଜର କହି ବ୍ୟାଙ୍କ ଆକାଉଣ୍ଟ ରୁ   ୪୦,୦୦୦ ହଜାର ଟଙ୍କା ଲୁଟ କରୁଥିବା  ଅଭିଯୋଗ ରେ ସତ୍ୟବାଦୀ ପୋଲିସି  ପେଷାଦାର ସାଇବର ଅପରାଧୀ ହୀରଣ୍ୟପଡା ର ସୁପ୍ରଭାତ ମହାପାତ୍ର (ପପୁନ) କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳ ଗାୟତ୍ରୀ ନଗର ପ୍ଲଟ ନମ୍ବର ୩୩ ରେ ରହୁଥିବା ସୁରେନ୍ଦ୍ର କୁମାର ରାଉତ ପିତା ପାଗଲ ରାଉତ  ଙ୍କ ଅଭିଯୋଗ ଅନୁଯାୟୀ  ୧୯/୯ /୨୨ ରେ
   ଅଭିଯୁକ୍ତ  ସୁପ୍ରଭାତ (ପପୁନ) ନିଜକୁ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ବୋଲି ପରିଚୟ ଦେଈ ସୁରେନ୍ଦ୍ର ଙ୍କୁ ଏକ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବର ରେ ଯୋଗା ଯୋଗ କରି କହିଥିଲେ ତୁମର ସାହାରା ରେ ଯେଉଁ ପାଲିସି ଟି ରହିଛି ତାର ଶେଷ ଦେୟ ୪୦.୦୦୦ , ଟଙ୍କା  ତୁମେ ଶୀଘ୍ର ଡିପୋଜିଟି କର ଯାହା ଫଳରେ ତୁମେ ଏକ ଭଲ ଆମାଉଣ୍ଟ  ର ଟଙ୍କା ପାଇବ । ଏହି କଥା ରେ ବିଶ୍ୱାସ କରି ସୁରେନ୍ଦ୍ର ଅଭିଯୁକ୍ତ ଦେଇଥିବା ଆକାଉଣ୍ଟ ନମ୍ବର ରେ  ୪୦,୦୦୦ ହଜାର ଟଙ୍କା ଜମାକରିଦେବା କ୍ଷଣି  ଅଭିଯୁକ୍ତ ଟଙ୍କା କୁ ଗୟାବ କରି ନେଇଯାଇଥିଲା। ଏ ସମ୍ପର୍କରେ ରେ ସୁରେନ୍ଦ୍ର ସତ୍ୟବାଦୀ ଥାନାରେ ୨୮/୯ /୨୨ ରେ ଘଟଣା ବିଷୟରେ ଅଭିଯୋଗ କରିଥିଲେ । ତାଙ୍କର ଅଭିଯୋଗ କୁ ଭିର୍ତି କରି ସତ୍ୟବାଦୀ ପୋଲିସି କେଶ ନମ୍ବର ୨୭୭/୨୦୨୨ ରେ ମକଦମା ରୁଜ୍ଜୁ କରି ଆଇଟି ଧାରା ରେ  ଅଭିଯୁକ୍ତ କୁ ଗିରଫ କରିବା ରେ ସଫଳ ହୋଇଛି । ଅଭିଯୁକ୍ତ ନା ରେ ସତ୍ୟବାଦୀ ଥାନାରେ ଅନେକ କେଶ ୨୦୧୨,୨୦୧୩,୨୦୧୪,୨୦୧୫,୨୦୧୬,ରେ ଅନଲାଇନ ଟଙ୍କା କାରବାର ଓ ଏଟିଏମ ରୁ ଟଙ୍କା ହଡପ ଅଭିଯୋଗ ରହିଛି। 
ପୋଲିସି ର ଜେରା ବେଳେ ଅଭିଯୁକ୍ତ ସମସ୍ତ ଘଟଣା ରେ ନିଜର ସମ୍ପୃକ୍ତି କୁ ସ୍ୱୀକାର କରିଥିବା ସହ ନଗଦ ୧୬ .୦୦୦ ଟଙ୍କା ,ଗୋଟିଏ ନୋକିଆ କିପ୍ୟାଡ଼ ମୋବାଇଲ ଫୋନ,ଓ କିଛି କାଗଜ ପତ୍ର କୁ ଜବତ କରି ତାର ବ୍ୟାଙ୍କ ଆକାଉଣ୍ଟ ଟି ଅଚଳ କରାଯାଇଛି ।  
ପୂର୍ବରୁ ଅଭିଯୁକ୍ତ ମାଲକାନଗିରି ପୋଲିସି ,କଟକ କମିଶନରେଟ ପୋଲିସି ହାତରେ ଏହିଭଳି ଅପରାଧ କରି ଧାରା ପଡି ଜେଲ ଯାଇଥିବା ବେଳ ଅଗଷ୍ଟ ମାସରେ ଜମିନି ରେ ଆସିଥିଲେ ।.............ରିପୋର୍ଟ:- ପୂର୍ଣ।ନନ୍ଦ ତ୍ରିପାଠୀ

Post a Comment

0 Comments