Recent

6/recent/ticker-posts

ପଟ୍ଟାମୁଣ୍ଡାଇ: ଉତ୍କଳମଣି ଯୁବକ ସଂଘ ଏବଂ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଗାନ୍ଧୀ ଜୟନ୍ତୀ ପାଳିତ ଏବଂ ସ୍ୱଚ୍ଛ ଭାରତ ଅଭିଯାନ ୨.୦ ଶୁଭାରମ୍ଭ।

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଅଗ୍ରଣୀ ଯୁବ ସ୍ବେଚ୍ଛାସେବୀ ସଂଗଠନ ଉତ୍କଳମଣି ଯୁବକ ସଂଘ ଏବଂ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ବଡ଼ପଡ଼ା ମହାବିଦ୍ୟାଳୟ ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ୱଚ୍ଛ ଭାରତ ଅଭିଯାନ ୨.୦ ଆରମ୍ଭ ହୋଇ ଯାଇଛି। ଉତ୍କଳମଣି ଯୁବକ ସଂଘର ସଭାପତି ଗୌତ୍ତମ୍ ବେହେରା କାର୍ଯ୍ୟକର୍ମ କୁ ସଭାପତିତ୍ଵ କରିଥିବା ବେଳେ ଜାତୀୟ ଯୁବ ସ୍ଵେଚ୍ଛାସେବୀ ଶ୍ରବଣ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଲକ୍ଷ୍ମୀପ୍ରିୟା ରାଉତ ଅତିଥି ମାନଙ୍କୁ ଉତ୍ତରିୟ ଓ ଚାରାଗଛ ପ୍ରଦାନ କରି ଆତିଥ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ବଡ଼ପଡ଼ା ମହାବିଦ୍ୟାଳୟର ଅଧ୍ୟାପକ ମନୋରଞ୍ଜନ ଆଚାର୍ଯ୍ୟ ଯୋଗ ଦେବା ସହ ଆଜିର ଯୁବପିଢ଼ି ମାନଙ୍କୁ ଗାନ୍ଧିଜୀଙ୍କ ଆଦର୍ଶ କୁ ଅନୁସରଣ କରିବା ନିମନ୍ତେ ବାର୍ତ୍ତା ଦେବା ସହ ସ୍ବଚ୍ଛ ଭାରତ ଅଭିଯାନର ସଫଳ ରୂପାୟନ ସଂପର୍କରେ ଯୁବ ବର୍ଗଙ୍କୁ ନିଜର ବକ୍ତବ୍ୟରେ ଅବଗତ କରାଇଥିଲେ।

ଅବସରପ୍ରାପ୍ତ ସେନା ଅଧିକାରୀ ନିରଞ୍ଜନ ଦାସ, ସମାଜ ସେବୀ ପ୍ରତାପ ରଞ୍ଜନ ତ୍ରିପାଠୀ ଏବଂ ସୁନିଲ୍ ଗନ୍ତାୟତ କାର୍ଯ୍ୟକ୍ରମରେ ଅତିଥି ରୂପେ ଅଂଶ ଗ୍ରହଣ କରି କର୍ଯ୍ୟକର୍ମରେ ଉପସ୍ଥିତ ସମସ୍ତ ଯୁବବର୍ଗ ମାନଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରିବା ସହ ଯୁବବର୍ଗଙ୍କ ସହିତ ବଡ଼ପଡ଼ା ବଜାର ସଫେଇ କାର୍ଯ୍ୟ କରିଥିଲେ। ଯୁବକ ସଂଘର ସମ୍ପାଦକ ବୈଷ୍ଣବ ବେହେରାଙ୍କ ସମେତ ଯୁବକ ସଂଘର ସଦସ୍ୟ ମଳୟ, ମଦନ, ମନୋଜ, ସନ୍ଦିପ୍ତି, ପ୍ରଶାନ୍ତ, କାଳନ୍ଦି, ଚନ୍ଦ୍ରମଣି ଆଦି ସଦସ୍ୟ ମାନେ କର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଶେଷରେ ଯୁବକ ସଂଘର ସଂଯୋଜକ ହରେକୃଷ୍ଣ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ।

ରିପୋର୍ଟ: ଲକ୍ଷ୍ମୀପ୍ରିୟା ରାଉତ (ପଟ୍ଟାମୁଣ୍ଡାଇ) 

Post a Comment

0 Comments