ସାକ୍ଷୀଗୋପାଳ ତା ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ରାମଚନ୍ଦ୍ର ପୁର ଗ୍ରାମସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ଦେବଙ୍କ ପୀଠରେ ବଡ଼ ଓଷା ପାଳିତ ହୋଇଯାଇଛି l ପୂର୍ବ ରାତ୍ରରୁ ଦେବ ନୀତି ସମ୍ପନ୍ନ ହୋଇଥିଲା l ପ୍ରତ୍ୟୁଷରୁ ଭକ୍ତ ମାନଙ୍କ ନିମନ୍ତେ ମନ୍ଦିର ସାହାଣ ମେଲା ହୋଇଥିଲା l ଭକ୍ତ ମାନେ ଧାଡିରେ ଯାଇ ଠାକୁରଙ୍କର ବଡ଼ ସିଂହାର ବେଶ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ l ପ୍ରାୟ 50 ହଜାର ଭକ୍ତଙ୍କ ସମାଗମ ହୋଇଥିଲା l ସତ୍ୟବାଦୀ ଥାନା ତରଫରୁ ଭକ୍ତ ମାନଙ୍କ ସୁଚାରୁରୂପେ ଦର୍ଶନ ନିମନ୍ତେ ବ୍ୟବସ୍ଥା ହୋଇଥିଲା l ସଭାପତି ପ୍ରସନ୍ନ କୁମାର ଷଡ଼ଙ୍ଗୀ ଓ ସମ୍ପାଦକ ସଂଗ୍ରାମ ମିଶ୍ରଙ୍କ ତରଫରୁ ସହାୟତା କରା ଯାଇଥିଲା l ଫଟୋ ୧ l
0 Comments