Recent

6/recent/ticker-posts

ମୂର୍ତ୍ତିକା ପ୍ରଦୂଷଣ ଓ କ୍ଷୟ ରୋକିବା ପାଇଁ ଆହ୍ୱାନ

..........................................
ଡେଲାଙ୍ଗ :ବିଶ୍ୱ ମୂର୍ତ୍ତିକା ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଡେଲାଙ୍ଗ ତହସିଲ ସନ୍ନିକଟ ମହାବୀର ମନ୍ଦିର ପ୍ରାଙ୍ଗଣରେ ଏକ କର୍ମଶାଳା ପରିବେଶ ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି |ଏହି ଅବସରରେ ଶ୍ରୀଯୁକ୍ତ ପାଢ଼ୀ କହିଲେ - ଆମ ପରିବେଶ ପ୍ରଦୂଷଣ ର ଅନ୍ୟତମ ମୁଖ୍ୟ କାରଣ ହେଉଛି ମୃତିକା କ୍ଷୟ |ଏହାର ନିରାକରଣ ପାଇଁ ଅଧିକ ରୁ ଅଧିକ ଗଛ ଲଗାଇବା ଆମ ପାଇଁ ବଡ ଆହ୍ୱାନ ରୂପେ ଛିଡା ହୋଇଛି |ତେଣୁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ମୃତିକା କ୍ଷୟ ରୋକିବାରେ ସହଭାଗିତା ହେବା | ଏତଦ ସହ ପ୍ଲାଷ୍ଟିକ ଖଣ୍ଡ, ପଲିଥିନ ଆଦି ମାଟିରେ ମିଶୁ ନଥିବାରୁ ତଥା ଏହାଦ୍ୱାରା ମୃତ୍ତିକା ପ୍ରଦୂଷିତ ହେଉଥିବାରୁ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ନିବେଦନ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଗଣେଶ ବାବୁ, କାଳନ୍ଦୀ ଚରଣ ପ୍ରଧାନ, ପ୍ରଶାନ୍ତ ପ୍ରତିହାରି, ସୋମନାଥ ସେନାପତି, ଲିଙ୍ଗରାଜ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ |ଶେଷରେ" ପରିବେଶ ପାଇଁ ଗଛ ଟିଏ 'ସ୍ଲୋଗାନ ଦେଇ ତହସିଲ କାର୍ଯାଳୟ, ଉପନିବନ୍ଧକକାର୍ଯ୍ୟାଳୟ ଓ ରେଞ୍ଚଗ୍ରାମ ପରିକ୍ରମା କରାଯାଉଥିଲା |

Post a Comment

0 Comments