Recent

6/recent/ticker-posts

ଷୋଳହଳ ହତ୍ୟାକାଣ୍ଡ

ଷୋଳହଳ ହତ୍ୟାକାଣ୍ଡ l ୨ ଗିରଫ l ମାରଣାସ୍ତ୍ର ଜବତ .
ସାକ୍ଷୀଗୋପାଳ -:ସତ୍ୟବାଦୀ ଥାନା ଅନ୍ତର୍ଗତ ଷୋଳହଳ ଗ୍ରାମରେ  ପୂର୍ବ ବିବାଦକୁ କେନ୍ଦ୍ର କରି  ଗତକାଲି ୨ ଭାଇ  ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ଇନ୍ଦ୍ରମଣି ପଣ୍ଡାଙ୍କୁ  ସକାଳ ପ୍ରାୟ ୮ ଟା ସମୟରେ ସ୍ପଷ୍ଟ ଦିବାଲୋକରେ  ବିଜୟ କୁମାର ପଣ୍ଡାଙ୍କ ସମେତ 10 ଜଣ ବ୍ୟକ୍ତି  ସଂଘବଦ୍ଧ ଭାବରେ  କଟୁରୀ, ଶାବଳ ଓ ଲୁହା ଛଡ଼ ଆଦି ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ l  ୨ ଭାଇ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ l ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଚିକିତ୍ସିତ ଅବସ୍ଥାରେ ଗତକାଲି ଅପରାହ୍ନ 4 ଟା ସମୟରେ ସାନଭାଇ ଇନ୍ଦ୍ରମଣି ପଣ୍ଡାଙ୍କର ମୃତ୍ୟୁ ଘଟିଥିଲା l ପୂର୍ଣ୍ଣଚନ୍ଦ୍ର ପଣ୍ଡା ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି l
ଆଜି ଅପରାହ୍ନରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସତ୍ୟବାଦୀ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଏହି ଆକ୍ରମଣରେ ଅଭିଯୁକ୍ତ ରବି ନାରାୟଣ ପଣ୍ଡା ଓ ପ୍ରମିଳା ପଣ୍ଡାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ପ୍ରଦାନ କରିଥିଲେ l ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ କରା ଯାଇଅଛି l  ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ l ଏଥି  ନିମନ୍ତେ ଚଢ଼ାଉ ଜାରି ରହିଅଛି ବୋଲି ସୂଚନା ପ୍ରଦାନ  କରିଥିଲେ l
ଗତକାଲି ମୃତ୍ୟୁ ବରଣ କରିଥିବା ଇନ୍ଦ୍ରମଣି ପଣ୍ଡାଙ୍କର ଆଜି ଶବ ବ୍ୟବଚ୍ଛେଦ ଅନୁଷ୍ଠିତ ହୋଇଥିଲା l ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର ହୋଇଅଛି l 

Post a Comment

0 Comments