ବେସରକାରୀ ସଂସ୍ଥା ଫାଉଣ୍ଡେସନ ଫର୍ ଇକୋଲୋଜିକାଲ ସିକ୍ୟୁରିଟୀ ଦ୍ଵାରା ପ୍ରକଳ୍ପ ସମ୍ପତ୍ତିର ହସ୍ତାନ୍ତର କାର୍ଯ୍ୟକ୍ରମ ପୌରପାଳିକା ଅଡିଟୋରିମ କୋରାପୁଟ ଠାରେ ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଏଚ ଡି ଏଫ୍ ସି ର ଶାଖା ପ୍ରବନ୍ଧକ ମନୋରଞ୍ଜନ ମୁନି ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଥିବା ବେଳେ ବିଭିନ୍ନ ବିଭାଗର, ବେସରକାରୀ ସଂସ୍ଥାର ମୁଖ୍ୟ କର୍ମକର୍ତ୍ତା, ସ୍ବେଚ୍ଛାସେବୀ ଏବଂ ପରିଚାଳକ ଭଳି ସୁନାମ ଅର୍ଜିତ ବ୍ୟକ୍ତି; ଯେମିତି ତାପସ ଚନ୍ଦ୍ର ରାଇ, କୃଷି ଅଧିକାରୀ, ହରିଶ ଚନ୍ଦ୍ର ମହାପାତ୍ର, ପ୍ରାଣୀ ସମ୍ପଦ ନିରୀକ୍ଷକ, ରାଜୁ ପାଙ୍ଗି, ବନରକ୍ଷୀ,ସ୍ୱାମିନାଥ ରିସର୍ଚ୍ଚ ଫାଉଣ୍ଡେସନର ନିରଞ୍ଜନ ଗୌଡ଼, ପ୍ରଗତି ସଂସ୍ଥାର ସମ୍ପାଦକ ପ୍ରଭାକର ଅଧିକାରୀ, ଉଦ୍ୟାନ ବିଭାଗ ସରକାରୀ ନିର୍ଦ୍ଦେଶକ ସୁଦାମ, ମିଶନ ଶକ୍ତିର ବିପିସି ବିବାଦ ବିଶୋଇ, ଟାଟା ଫାଉଣ୍ଡେସନର ଲୋକନାଥ ସାହୁ, ଏକତା, ଧାନ ଫାଉଣ୍ଡେସନ ସମେତ ମହଦେଇପୁଟ ଗ୍ରାମ ପଞ୍ଚାୟତର ୧୦ ଗୋଟି ସଂସ୍ଥା ବିସ୍ତାରିତ ଗ୍ରାମ୍ୟ ଉନ୍ନୟନ ସମିତିର ସଭାପତି ଏବଂ ସଂପାଦକ ସହ ୧୭ଟି ମହିଳା ଉତ୍ପାଦକ ଗୋଷ୍ଠୀ ଓ ମହିଳା ମହାସଂଘର ସଭାପତି ଓ ସଂପାଦକ ଅଂଶ ଗ୍ରହଣ କରିଥିଲେ।
ଏଫ୍ ଇ ଏସ୍ କ୍ଷେତ୍ର ସଂଯୋଜକ ବିଜୟ ତାପୁ ସ୍ଵଳ୍ପ ସମୟ ମଧ୍ୟରେ କାର୍ଯ୍ୟ ପ୍ରଣାଳୀ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଏଫ୍ ଇ ଏସ ବରିଷ୍ଠ ଆଞ୍ଚଳିକ ସମନ୍ଵୟକାରୀ ପ୍ରଦୀପ ମିଶ୍ର ଗତ ତିନି ବର୍ଷ ମଧ୍ୟରେ ଏଚ୍ ଡି ଏଫ୍ ସି-ଏଚ୍ ଆର୍ ଡି ପି ସହାୟତାରେ କରାଯାଇଥିବା କାର୍ଯ୍ୟ ଉପରେ ଉପସ୍ଥାପନ କରିଥଲେ । ଗ୍ରାମ୍ୟ ଉନ୍ନୟନ ସମିତିର ସଭ୍ୟା ମଣିମା ଖିଲ ଏଚ୍ ଡି ଏଫ୍ ସି ସହାୟତାରେ ଯୋଗାଇ ଦେଇଥିବା ସମ୍ପତ୍ତିକୁ କି ଭଳି ଭାବରେ ରକ୍ଷଣା ବେକ୍ଷଣ କରାଯିବ ସେ ନେଇ ବିସ୍ତୃତ ଭାବରେ ବ୍ୟାଖ୍ୟା କରିଥିଲେ ।ଏହା ସହିତ ଏଫ୍ ଇ ଏସର କର୍ମ କର୍ତ୍ତା ହେଲେ କୃତ୍ତିକା ମହାନ୍ତି, ଅନନ୍ତ ମିର୍ଦ୍ଧା, ସନ୍ତୋଷ ବେହେରା, କୁମୁଦ କନ୍ଦପାନ୍, ତ୍ରିନାଥ ଗୁଣ୍ଠା, ପଦ୍ମଲୋଚନ ଭୋଇ, ଏବଂ ପ୍ରମୋଦ ତାଡ଼ିଙ୍ଗି ଆଦି ପରିଚାଳନା କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିବାରେ ସକ୍ଷମ ହୋଇ ପାରିଥିଲେ । ପରିଶେଷରେ ଗ୍ରାମ ବାସୀଙ୍କୁ ଆଗାମୀ କାର୍ଯ୍ୟ ନିମନ୍ତେ ସମ୍ପତ୍ତି ହସ୍ତାନ୍ତର କରା ଯାଇଥିଲା।
ରିପୋର୍ଟ- ପ୍ରମୋଦ ତାଡ଼ିଙ୍ଗି




0 Comments