ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ ଆରମ୍ଭ ତାରିଖରେ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି। ବିସିସିଆଇ ପୂର୍ବରୁ ମାର୍ଚ୍ଚ ୨୬ରେ ଆରମ୍ଭ କରିବାକୁ ଯୋଜନା କରିଥିଲେ ମଧ୍ୟ ବର୍ତ୍ତମାନ ଏହାକୁ ଦୁଇ ଦିନ ପଛକୁ ଘୁଞ୍ଚାଇ ମାର୍ଚ୍ଚ ୨୮ରୁ ଆରମ୍ଭ କରାଯିବ ବୋଲି ଖବର ଆସିଛି। ଏହା ସହ ମେ ୩୧ରେ ଫାଇନାଲ୍ ମ୍ୟାଚ୍ ହେବା ନେଇ ପ୍ରାଥମିକ ତାରିଖ ଧାର୍ଯ୍ୟ କରାଯାଇଛି। ଆସନ୍ତା ସପ୍ତାହରେ ଆଇପିଏଲ୍ ଗଭର୍ନିଂ କାଉନସିଲ୍ ବୈଠକରେ ଏହି ସମସ୍ତ ତାରିଖକୁ ଔପଚାରିକ ମଞ୍ଜୁରି ମିଳିବା ସହ ପୂର୍ଣ୍ଣ ସ୍କେଡ୍ୟୁଲ୍ ଘୋଷଣା ପାଇଁ ଚୁକ୍ତିସୂଚକ ନିଷ୍ପତ୍ତି ହେବ।
ଅଧିକ ପଢ଼ନ୍ତୁ - ଛୋଟ ଏକ ସାହାଯ୍ୟରୁ ବଦଳିଗଲା ଜୀବନର ଗତିପଥ
ବିଶେଷକରି ଆସମ୍, ପଶ୍ଚିମବଙ୍ଗ ଓ ତାମିଳନାଡୁର ବିଧାନସଭା ନିର୍ବାଚନ ତାରିଖ ନିଶ୍ଚିତ ନହେବାରୁ ଘରୋଇ ମ୍ୟାଚ୍ ଭେନ୍ୟୁ ନିର୍ଦ୍ଧାରଣରେ ବିଳମ୍ବ ହେଉଛି। ଏହାର ପ୍ରଭାବ ରାଜସ୍ଥାନ ରୟଲ୍ସ୍, କୋଲକାତା ନାଇଟ୍ ରାଇଡ଼ର୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ୍ ଙ୍କ ଘରୋଇ ମ୍ୟାଚ୍ ସୂଚୀ ଉପରେ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ତଥାପି ଏହି ଛୋଟ ପରିବର୍ତ୍ତନ ସତ୍ତ୍ୱେ ବ୍ରଡକାଷ୍ଟର ଓ ଅନ୍ୟ ଷ୍ଟେକହୋଲ୍ଡରମାନେ ପୂର୍ବ ଯୋଜନା ଅନୁସାରେ ପ୍ରି-ସିଜନ୍ କାର୍ଯ୍ୟକଳାପ ଆରମ୍ଭ କରିଦେଇଛନ୍ତି ଓ ଯଥାଶୀଘ୍ର ଫୁଲ୍ ସ୍କେଡ୍ୟୁଲ୍ ପ୍ରକାଶ ପାଇବ ବୋଲି ଆଶା ବ୍ୟକ୍ତ କରାଯାଉଛି।



0 Comments