Recent

6/recent/ticker-posts

ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ : ଚଳନ୍ତା ଟ୍ରେନ୍‌ରେ ସ୍ତ୍ରୀ’ର ପ୍ରେମିକକୁ ଛୁରୀ ଭୁଶି ମାରିଦେଲା ସ୍ୱାମୀ


ଗଞ୍ଜାମ : ପ୍ରରକୀୟା ପ୍ରତୀକୁ ନେଇ ଚେନ୍ନାଇ-ହାବଡା ଚଳନ୍ତା ଟ୍ରେନରେ ଖଣ୍ଡଯୁଦ୍ଧ ହେବାସହ ଜଣଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ରେଳଷ୍ଟେସନ ଠାରେ ଆସାମୀକୁ ନିଜ ଅକ୍ତିଆରକୁ ନେଇଛି ପୁଲିସ। ଯାହାକୁ ନେଇ ଯାତ୍ରୀମାନେ ଆତଙ୍କିତ ହୋଇପଡିଛନ୍ତି। ଚେନ୍ନାଇ-ହାଓଡା ଚଳନ୍ତା ଟ୍ରେନ୍‌ରେ ଗଂଜାମ ରେଳଷ୍ଟେସନ ନିକଟରେ ଆଜି ପଶ୍ଚିମବଙ୍ଗର ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଏଥିରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଅସ୍ମିତ ଗୁରାଇ ନାଁରେ ଜଣେ ଯୁବକ ବୋଲି ଜଣାପଡ଼ିଛି। ଅସ୍ମିତଙ୍କ ଘର ପଶ୍ଚିବମଙ୍ଗରେ। ଆରପିଏଫ ଅଭିଯୁକ୍ତ ରାଜୀବ ଗୁରାଇକୁ ଅଟକ ରଖି ପଚରାଉଚରା କରୁଛି।

ପୁଲିସର ସୂଚନାଅନୁସାରେ ପଶ୍ଚିମବଙ୍ଗ ରାଜ୍ୟର ବାହାଦୂରପୁର ଗାଁର ରାଜୀବ ଗୁରାଇଙ୍କ ପତ୍ନୀ ଅସୁସ୍ଥ ଥିଲେ। ତେଣୁ ପତ୍ନୀଙ୍କୁ ମେଡିକାଲ୍‌ ଚେକ୍‌ଅପ୍‌ ପାଇଁ ରାଜୀବ ଚେନ୍ନାଇ ନେଇଥିଲେ। ସାଥୀରେ ରାଜୀବଙ୍କ ଶ୍ୱଶୁର ଓ ବନ୍ଧୁ ଅସ୍ମିତ ଗୁରାଇ ଯାଇଥିଲେ। ସେମାନେ ଚେନ୍ନାଇରେ ଏକ ଲଜ୍‌ରେ ରହିଥିଲେ। ସେଠାରେ ରହଣୀ ସମୟରେ ରାଜୀବଙ୍କ ପତ୍ନୀଙ୍କ ପ୍ରେମରେ ପଡ଼ିଥିଲେ ଅସ୍ମିତ। ଏପରିକି ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ ଥିବା ଦେଖିଥିଲେ ରାଜୀବ। ଯାହାକୁ ନେଇ ରାଜୀବ ଓ ଅସ୍ମିତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

Post a Comment

0 Comments