Recent

6/recent/ticker-posts

ବିଦ୍ୟାଳୟ କୁ ଗଣମାଧ୍ୟମ କୁ ମନା କରିବା ର କାରଣ ସାମ୍ନାକୁ ଆସୁଛି

ସାମ୍ନାକୁ ଆସିଲା ରାଜନୀତି ପଛରେ ଥିବା ରହସ୍ୟ 


ନିକଟରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀରରଞ୍ଜନ ଦାଶ ଗଣମାଧ୍ୟମ କୁ ବିଦ୍ୟାଳୟ କୁ ପ୍ରବେଶ ନିଷେଧ କରିବାର କିଛି ଘଣ୍ଟା ମଧ୍ୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ର ବେରବୋଇ ଉଚ୍ଚ ବିଦ୍ୟାଳୟ ନିକଟରେ ୫-ଟି ରେ ପରିଣତ ହେବାର ୧ବର୍ଷ ନପୁରୁଣୁ  ଭୁଶୁଡ଼ିଲା କାନ୍ଥ ।


୫ - ଟି ସ୍କୁଲ୍ ପାଚେରି ଭୁଶୁଡ଼ିଲା


 ନିମ୍ନମାନର କାର୍ଯ୍ୟ ଅଭିଯୋଗ


ଡେଲାଙ୍ଗ: ୫ - ଟି ସ୍କୁଲ ନିର୍ମାଣ କାର୍ଯ୍ୟକୁ ଏକବର୍ଷ ନ ପୂରୁଣୁ ତା’ର ପାଚେରି ଭାଙ୍ଗି ଭୁଶୁଡ଼ି ପଡ଼ିବା ଘଟଣା ଡେଲାଙ୍ଗରେ ଅସନ୍ତୋଷ ତେଜିବାର ଲାଗିଛି । ଡେଲାଙ୍ଗ ବ୍ଲକ୍‌ରେ ୫ - ଟି ସ୍କୁଲ୍‌ରେ ରୂପାନ୍ତରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଥମ ହୋଇଥ୍ ଲା । ପର୍ଯ୍ୟାୟରେ ୪ଟି ବିଦ୍ୟାଳୟ ଅନ୍ତର୍ଭୁକ୍ତ ସେଥ୍‌ରେ ସରକାରୀ ଉଚ୍ଚ ବିଦ୍ୟାଳୟ ବେରବୋଇ ଅନ୍ୟତମ ଥିଲା । ସରକାର ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନିମ୍ନମାନର କାର୍ଯ୍ୟ ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟ ବେରବୋଇର ନିର୍ମାଣାଧୀନ ପାଚେରି ଭୁଶୁଡ଼ି ପଡ଼ିଛି । କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣାଧୀନ ପ୍ରକଳ୍ପଟି ପାଣିରେ ପଡ଼ିଥିବା ଜ୍ଵଳନ୍ତ ଉଦାହରଣ ପାଲଟିଛି । ଯାହାକି ଏସବୁ ଘଟଣା ଆଖିରେ ନ ଦେଖିଲେ ବିଶ୍ବାସ କରି ହେବନି । ସ୍କୁଲର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେବା ସହିତ ପାଚେରିଟି ସମ୍ପୁର୍ଣ୍ଣ ଭାଙ୍ଗି ତଳେ ପଡ଼ିଥିବା ବେଳେ ବିଭାଗୀୟ ଅଧିକାରୀ ଠିକାସଂସ୍ଥା ସହ କାମ ଫିଲ୍ମ କରିଥିବା ସ୍ଥାନୀୟ ବାସିନ୍ଦାଙ୍କ ସନ୍ଦେହ ଘନୀଭୂତ ହୋଇଛି । ଅନ୍ୟ ବ୍ଲକ୍‌ରେ ସରକାରଙ୍କ ଏସବୁ ନିୟମ ଅନୁପାଳନ କରାଯାଇ ନିର୍ମାଣ କାର୍ଯ୍ୟ ସଠିକ୍ କରାଯାଉଥିବା ବେଳେ ସରକାରୀ ଉଚ୍ଚ ବିଦ୍ୟାଳୟ ବେରବୋଇର ନିର୍ମାଣ କାର୍ଯ୍ୟ ଖୋଲାଖୋଲି ନିୟମ ଉଲ୍ଲଘଂନ କରାଯାଇଥିବା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ ବିଶ୍ଵାଳ ଅଭିଯୋଗ ଆଣିଛନ୍ତି । ୫ - ଟି ବିଦ୍ୟାଳୟର ନିମ୍ନମାନର କାର୍ଯ୍ୟରେ ସମ୍ପୃକ୍ତ ଥିବା ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନେବା ସହିତ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ଜୋର୍ ଧରିଛି । ଏସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସୁଦ୍ଧା ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

୫-ଟି ଦୁର୍ନୀତି କୁ ଘୋଡାଇବାକୁ ଯାଇ ମନ୍ତ୍ରୀ ଏହି ପଦକ୍ଷେପ ନେଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚା ଜୋର ଧରିଛି । ତେବେ ଦେଖିବାକୁ ବାକି ରହିଲା ସ୍ଥାନୀୟ ନେତା ଓ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିଷ୍ପତି କୁ । ଆସନ୍ତା ନିର୍ବାଚନ ପାଇଁ ଟଙ୍କା ଗୋଟାଉଛନ୍ତି ନେତା । ସେଥିପାଇଁ ବିଦ୍ୟାଳୟ ରେ ଦେଖିବାକୁ ମିଳୁଛି ଏଭଳି ଦୁର୍ନୀତି ର ଚିତ୍ର । ପ୍ରଶ୍ନ ଉଠୁଛି ଯଦି ଏହି କାନ୍ଥ ବିଦ୍ୟାଳୟ କୋଠରୀର ହୋଇଥାନ୍ତା ତାହେଲେ ନିରୀହ ଶିଶୁ ମାନଙ୍କ ଜୀବନ ପାଇଁ କିଏ ଦାୟୀ ହୋଇଥାନ୍ତା ? ଏ ରାଜନୀତି କରୁଥିବା ସରକାର ନା ଯନ୍ତ୍ରୀ । 


ରିପୋର୍ଟ:- ହିମାଂଶୁ ମହାପାତ୍ର(ଡେଲାଙ୍ଗ)

Post a Comment

0 Comments