Recent

6/recent/ticker-posts

ଚାରା ରୋପଣ


ଟାଙ୍ଗୀ ବନ ବିଭାଗ ପକ୍ଷରୁ   ବ୍ରୁକ୍ଷ ରୋପଣ ସପ୍ତାହ  ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସର ରେ ଟାଙ୍ଗୀ ବନ ବିଭାଗ ରେଂଜ୍ ଅଧିନସ୍ଥ ପଟିଆ  ସେକସନ ରେ  ଫୁଲ ଚଣ୍ଡି ବିଦ୍ୟା ପୀଠ ପରିସର ରେ  ପୁଜା ପାଠ  ଧୁପ ଦୀପ ନୈବେଦ୍ୟ ଅର୍ପଣ  କରାଯାଇ  ଚାରା ରୋପଣ କାର୍ଯ୍ୟକ୍ରମର   ଶୁଭାରମ୍ଭ କରାଯାଇଛି।ବିଦ୍ୟାପୀଠ  ପରିସର ରେ  ଔଷଧୀୟ ବ୍ରୁକ୍ଷ   ଅଶୋକ,କରଂଜ,ଅର୍ଜୁନ ଆଦି  ପରିବେଶ ହିତକାରୀ ଚାରା   ରୋପଣ କରାଯାଇଛି।ଏହି କାର୍ଯ୍ୟକ୍ରମରେ   ଟାଙ୍ଗୀ ବନ ବିଭାଗ ରେଂଜ୍ ଅଫିସର  ଦେବାଶିଷ ଭୋଇ,ପଟିଆ ଗ୍ରାମ ପଂଚାୟତ ସରପଂଚ,ସୁମିତ୍ରା   ସାହୁ,ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘର ମୁଖପାତ୍ର ସରୋଜ କୁମାର ପାଇକରାୟ,
ଫରେଷ୍ଟର ଶୁସାନ୍ତ କୁମାର ସାହୁ ଏବଂଉମା ଶଙ୍କର କର
ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ଚାରା ରୋପଣ କରିଥିଲେ।ଏହି ଅବସର ରେ ବିଦ୍ୟାଳୟର ପରିସରରେ  ଲଗା ଯାଇଥିବା ଚାରାକୁ   ପ୍ରତି ଚାରା ପ୍ରତି  ୩ ଜଣ ଛାତ୍ର ଛାତ୍ରୀ   ଦାୟିତ୍ୱ ନେବାକୁ ନିଷ୍ପତି ଗ୍ରହଣ କରିଥିଲେ।
ଏହି ଵାରା ରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ସଂସାରୀ ବାରିକ,ଶିକ୍ଷକ  ବିଜୟ କୁମାର ଚଂପତି,ମଧୁ ସୁଦନ ଜେନା ଓ ନରେନ୍ଦ୍ର କୁମାର ବସ୍ତିଆ    ପ୍ରମୁଖ ସହଯୋଗ କରିଥିଲେ।
*ରିପୋର୍ଟ- ନିଳାଦ୍ରୀ ଭୂଷଣ ଗଡ଼ନାୟକ ଟାଙ୍ଗୀ (ଖୋର୍ଦ୍ଧା)*

Post a Comment

0 Comments