Recent

6/recent/ticker-posts

ଅପହଞ୍ଚ ସରକାରୀ ଯୋଜନା ପାଇଁ ଦାୟୀ କିଏ ?

 ଡେଲାଙ୍ଗ:- ଅପହଞ୍ଚ ମୋ ଗୁହାଳ ଯୋଜନା


ପ୍ରଶାସନିକ ଅଧିକାରୀ ଙ୍କୁ କହି କହି ଗଡୁଛି ଦିନ , ନାହିଁ ନାହଁ ରେ ଚାଲିଛି କାର୍ଯ୍ୟ 


ପଶୁ ପକ୍ଷୀ ଙ୍କ ପାଇଁ ନାହିଁ ସରକାରୀ ଯୋଜନା 


ଏ ହେଉଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ର ଦୟନୀୟ ଚିତ୍ର । ପଶୁ ପକ୍ଷୀଙ୍କ ଜୀବନ ରକ୍ଷା ତଥା ପରିବେଶ ସନ୍ତୁଳନ ରକ୍ଷା ପାଇଁ କରାଯାଉଛି କେତେ ଯୋଜନା । କିନ୍ତୁ ଦୁଃଖର ବିଷୟ ଏହିକି ଯେ ଏହା ପହଂଚିପାରୁନି ସଠିକ ହିତାଧିକାରୀଙ୍କ ପାଖରେ । ନେତା ମାନେ ଆସୁଛନ୍ତି ସତ ମାତ୍ର ପ୍ରତିଶୃତି କେବଳ ଲୋଭୀ ମଣିଷ ମାନଙ୍କ ପାଇଁ । ଯେଉଁ ମଣିଷ ମଦ, ମାଂସ ଖାଇ ଗୁଣ ଗାଇବୁଲୁଚି ତା ପାଇଁ ଖୋଲିଯାଉଛି ପ୍ରଶାସନ ର ହାତ , ଯୋଜନା ପରେ ଯୋଜନା । କିନ୍ତୁ ଯେଉଁ ମଣିଷ ନିଜେ ମଦ , ମାଂସ ଖାଏନି , କାହାର ଗାରିମା ବଖାଣି ଆସେନାହିଁ , କିମ୍ବା ସେ ଯଦି ନେତା ମାନଙ୍କ କଥାରେ ଆସେନି ତାହେଲେ ସେମାନଙ୍କ ପାଇଁ ଯୋଜନା ସାତ ସ୍ୱପ୍ନ । ତେବେ ଏଭଳି ମଣିଷ ଓ ପଶୁ ପକ୍ଷୀ ମନେ ବୋଧହୁଏ ସମାନ ହୋଇଯାନ୍ତି ପ୍ରଶାସନିକ ଅଧିକାରୀ ମାନଙ୍କ ପାଇଁ । କେବଳ ନିଜ ସ୍ୱାର୍ଥ ଓ ନିଜ ଉନ୍ନତି କଥା ଚିନ୍ତାକରି ସମାଜ କୁ କରୁଛନ୍ତି କୂପଥ ଗାମୀ । ଚିତ୍ରରେ ଆପଣଙ୍କୁ ଦେଖାଯାଉଥିବ ଏହି ଗୋମାତା ଙ୍କ ଦୃଶ୍ୟ , ଦୁର୍ଭାଗ୍ୟ ର ବିଷୟ ଏହି ଗାଈ ମାନଙ୍କ ଗୁହାଳ ଫାଇଲିନ ରେ ଭାଙ୍ଗିବା ପରେ ତହସିଲ ଅଫିସ ଠାରୁ ଆରମ୍ଭ କରି , ବ୍ଲକ ପର୍ଯ୍ୟନ୍ତ ଯାଇଥିଲା କଥା , କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଆଜି ପର୍ଯ୍ୟନ୍ତ ମିଳିନି କୌଣସି ସାହାଯ୍ୟ । ଖରା , ବର୍ଷା , ଶୀତ ,କାକର ରେ ଖୋଲା ରେ ପଡିରହିଛି ଗାଈଗୋରୁ ମାନେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏଥିପାଇଁ ଦାୟୀ କିଏ? ଟଙ୍କା ନେଇ ଭୋଟ ଦେଉଥିବା ଜନତା ନା ଲାଞ୍ଚ ଆଶାରେ ଚୁପ ରହୁଥିବା ପ୍ରଶାସନିକ ଅଧିକାରୀ ନା ନିର୍ବାଚନ ସମୟରେ ଗାରିମା ବଖାଣୁ ଥିବା ରାଜନୈତିକ ଲୋକ ମାନେ । 

     ଏହାର ଉତ୍ତର ସମସ୍ତେ ଜାଣିଥିଲେ ମଧ୍ୟ ଚୁପ ରୁହନ୍ତି , କିନ୍ତୁ ଆପଣ ମାନେ ଚାହିଁଲେ ହି ଦେଶ ବଦଳିବ । ସେଥିପାଇଁ ନିଜର ମତାମତ କମେଣ୍ଟ ମାଧ୍ୟମରେ ଦିଅନ୍ତୁ ଏବଂ ଭ୍ରଷ୍ଟାଚାର ସମାଜ କୁ ବଦଳାଇବା ରେ ସହଯୋଗ କରନ୍ତୁ ।


ରିପୋର୍ଟ :- ହିମାଂଶୁ ମହାପାତ୍ର (ଡେଲାଙ୍ଗ)

Post a Comment

0 Comments