Recent

6/recent/ticker-posts

ବାରିପଦା ତକତପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣରେ ଚାଲିଗଲା ମିଷ୍ଠାଭାଷୀ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ମନୀଷା ମାଡାମଙ୍କ ଜୀବନଘଟଣା ସ୍ଥଳରୁ( ଓଡି୧୧ଜେଡ୦୨୮୪ ) ଚାଳକ ଫେରାର

ବାରିପଦା : ବାରିପଦା ସ୍ଥିତ ତକତପୁର ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆସିଷ୍ଟାଣ୍ଡ ପ୍ରଫେସର ମନିଷା ଶର୍ମାଙ୍କ ମୃତ୍ୟୁ। ସୂଚନାଯୋଗ୍ୟ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ଏମପିସି ସ୍ଵୟଂ ଶାସିତ କଲେଜ ବାରିପଦାର ଆସିଷ୍ଟାଣ୍ଡ ପ୍ରଫେସର ମନିଷା ଶର୍ମା କଲେଜରୁ ନିଜ ସ୍କୁଟି ଯୋଗେ ବାସ ସ୍ଥାନକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟାଟା କାର (ଓଡି୧୧ଜେଡ୦୨୮୪) ତକତପୁର ଆଡୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଧକ୍କା ହେବା ଫଳରେ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ଘଟଣା ସ୍ଥଳରେ ଅଧ୍ୟାପିକାଙ୍କ ଜୀବନ ଚାଲିଯାଇଥିଲା। ଘଟଣା ସ୍ଥଳରୁ ଗାଡି ଚାଳକ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ଅଧ୍ୟାପିକା ଙ୍କୁ ପିଆରଏମ ନେଇଥିଲେ। ଖବର ପ୍ରଘଟ ହେବାପରେ ସ୍ଥାନୀୟ ଉତ୍ୟକ୍ତ ଜନତା ରାସ୍ତାକୁ ଦୀର୍ଘ ୨ ଘଣ୍ଟା କଳା ବନ୍ଦ ରଖିଥିଲେ। ଖବର ପାଇ ବାରିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାରଟିକୁ ନିଜ ହେପାଜତକୁ ନେବା ସହିତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୁ ଓହରିଥିଲେ। ତେବେ ଗାଡି ଟି କେଉଁ ବ୍ୟକ୍ତିର ଓ ଚାଳକ କିଏ ଥିଲା ତାର ତଦନ୍ତ ଜାରି ରଖିଛି।


Post a Comment

0 Comments