``ପୁରୀ : ପ୍ରତିକୂଳ ପାଣିପାଗ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ପୁରୀ ବେଳାଭୂମିରେ ଆରମ୍ଭ ହେଉଥିବା ଏୟାର ସୋ’ ତାରିଖ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ସେପ୍ଟେମ୍ବର ୧୮ ତାରିଖରେ ହେବାକୁ ଥିବା ଏହି ସୋ’ ସେପ୍ଟେମ୍ବର ୧୭ ଓ ୧୮ ତାରିଖ, ଦୁଇଦିନ ଧରି ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟା ୨୦ରୁ ସୋ’ ଆରମ୍ଭ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରଦୀପ କୁମାର ସାହୁ କହିଛନ୍ତି।
ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ କହିଛନ୍ତି, ପାଣିପାଗ ବିଭାଗ ଆସନ୍ତା ୧୮ ତାରିଖରେ ଲଘୁଚାପ ପ୍ରଭାବରେ ବର୍ଷା ହେବାର ପୂର୍ବାନୁମାନ କରିଛି। ଏହା ଏୟାର ସୋ’ରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ସେହି ଦୃଷ୍ଟିରୁ ସେପ୍ଟେମ୍ବର ୧୭ ତାରିଖରୁ ହିଁ ଦର୍ଶକଙ୍କ ପାଇଁ ଏହି ଏୟାର ସୋ’ ବ୍ୟବସ୍ଥା କରାଯାଇଛି। ଯଦି ପାଣିପାଗ ଅନୁକୂଳ ରୁହେ, ତେବେ ଆସନ୍ତା ୧୮ ତାରିଖରେ ବି ଦର୍ଶକ ଏହି ଏୟାର ସୋ’ ଦେଖିପାରିବେ। କିନ୍ତୁ ପାଗ ପ୍ରତିକୂଳ ରହିଲେ, ୧୮ ତାରିଖ ସୋ’ ବାତିଲ୍ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, କେବଳ ତାରିଖକୁ ଛାଡ଼ିଦେଲେ, ଅନ୍ୟ ସବୁ ବ୍ୟବସ୍ଥା ଅପରିବର୍ତ୍ତିତ ରହିଛି।
SARADUNIA NEWS


0 Comments