Recent

6/recent/ticker-posts

କୁକୁଡ଼ା ଚାଷୀଙ୍କ ଆନ୍ଦୋଳନ: ସ୍ମାରକପତ୍ର ପ୍ରଦାନ

ସାକ୍ଷୀଗୋପାଳ:- ସତ୍ୟଵାଦୀ ବ୍ଲକ କୁକୁଡ଼ା ଚାଷୀ ସଂଘ ପକ୍ଷରୁ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର କୁକୁଡ଼ା ଚାଷୀମାନେ ଆନ୍ଦୋଳନ  କରିଥିଲେ। କୁକୁଡ଼ା ଚିଆଁ, ଖାଦ୍ୟ, ଔଷଧ ର ସଠିକ ମାନ ନିର୍ଦ୍ଧାରଣ ଏବଂ ରୋଗ ଜନିତ ମୃତ କୁକୁଡ଼ା କ୍ଷତି ଚାଷୀ ଉପରେ ନପକାଇବା ସହ କମ୍ପାନୀ ଓ ଚାଷୀ ମାନଙ୍କ ମଧ୍ୟରେ ବୁଝାମଣା ପତ୍ରର ନକଲ ଚାଷୀଙ୍କୁ ପ୍ରଦାନ ଆଦି ସମସ୍ୟାର ସମାଧାନ ହୋଇନାହିଁ। କୁକୁଡ଼ା ଚାଷୀମାନଙ୍କର ଆନ୍ଦୋଳନ ଅବ୍ୟାହତ ରହିଥିବା ବେଳେ ଲୁଚାଛପାରେ କମ୍ପାନୀ ଗୁଡିକ କେତେକ ଚାଷୀ ଙ୍କୁ ଚିଆଁ ଓ ଖାଦ୍ୟ ଵେଆଇନ ଭାବେ ଯୋଗାଇବାକୁ ଚାଷୀମାନେ ବିରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ଙ୍କ ଉଦ୍ଦେଶ୍ୟ ରେ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ପ୍ରାଣୀ ଚିକିତ୍ସାଳୟ କର୍ମଚାରୀ ସିଦ୍ଧେଶ୍ବର ମହାପାତ୍ର ଙ୍କୁ ପ୍ରଦାନ କରାଯାଇଛି। ଦାଵୀପୁରଣ ନହେଲେ ଆଗାମୀ ୧୭ ତାରିଖରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଚାଷୀମାନେ ଧାରଣା ଦେବେ ଵୋଲି ସତ୍ୟଵାଦୀ ବ୍ଲକ ସଭାପତି ଭଗବାନ ବିଶ୍ବାଳ କହିଛନ୍ତି। ସମ୍ପାଦକ ଶ୍ରୀକାନ୍ତ ପାଣି, ସଂଯୋଜକ ପ୍ରକାଶ ଚନ୍ଦ୍ର ବାରିକ ଓ କୋଷାଧ୍ୟକ୍ଷ ବିଶ୍ବନାଥ ରଥ ପ୍ରମୁଖ ଆନ୍ଦୋଳନ ର ନେତୃତ୍ବ ନେଇଥିଲେ।
ରିପୋର୍ଟ: ପୂର୍ଣ୍ଣାନନ୍ଦ ତ୍ରିପାଠୀ (ସତ୍ୟବାଦୀ) 

Post a Comment

0 Comments