ସାକ୍ଷୀଗୋପାଳ ତା ସତ୍ୟବାଦୀ ଥାନା ପରିସରରେ ଆଜି ସ୍ବେଚ୍ଛାସେବୀ ସଂଗଠନ ଆଭା ତରଫରୁ ଏକ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜାତୀୟ ସାମାଜିକ ସୁରକ୍ଷା ପ୍ରତିଷ୍ଠାନ, ଭାରତ ସରକାର ଓ ରାଜ୍ୟ ସ୍ତରୀୟ ସଂଯୋଜନା ସଂସ୍ଥାର ମିଳିତ ସହଯୋଗରେ ନିଶା ମୁକ୍ତି ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ନିଶା ନିବାରଣରେ ପୋଲିସର ଭୂମିକା ଶୀର୍ଷକ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଆଭା ଅନୁଷ୍ଠାନର ସଭାପତି ସୁଧୀର ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ଥାନା ଆରକ୍ଷୀ ନିରୀକ୍ଷକ ବିଜୟ କେତନ ବେହେରା, ସବ ଇନିସ୍ପେକ୍ଟର ମମତା ବିଶ୍ୱାଳ, ବରିଷ୍ଠ ଆଇନଜୀବୀ ଗୁଣ୍ଡିଚା ବରାଳ, ଡାକ୍ତର ପ୍ରୀତମ ବାଗ, ସମାଜସେବୀ ଡକ୍ଟର କ୍ଷେତ୍ରବାସୀ ପ୍ରଧାନ, ଅନୁଷ୍ଠାନର ସହ ସମ୍ପାଦକ ବାଲୁଙ୍କେଶ୍ୱର ପରିଡ଼ା, ରାଜ୍ୟ ସ୍ତରୀୟ ସଂଯୋଜନା ସଂସ୍ଥାର ସଭ୍ୟ ବିଶ୍ୱ ରଞ୍ଜନ ଦାସ,ବିଶ୍ୱଜିତ ସାହୁ ଓ , ବିଜୟ କୁମାର ନାୟକ ପ୍ରମୁଖ ଅଂଶ ଗ୍ରହଣ କାରୀ ନିଶା ମୁକ୍ତ ଭାରତ ନିମନ୍ତେ ପୋଲିସ ର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ l


0 Comments