Recent

6/recent/ticker-posts

ଅରଗଳ ରେ ଜନଶୁଣାଣି କାର୍ଯ୍ୟକ୍ରମ 'ପଲ୍ଲୀରେ ପ୍ରଶାସନ

କେନ୍ଦ୍ରାପଡ଼ା:ଜନ ସାଧାରଣଙ୍କ ପାଇଁ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ରହିଛି।ଏହି ଯୋଜନା ଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଫଳପ୍ରଦ କରିବାକୁ ' ପଲ୍ଲୀ ରେ ପ୍ରଶାସନ '
 କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ଅରଗଳ ପଞ୍ଚାୟତ ରେ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
 ଏଥିରେ ଲୋକମାନଙ୍କୁ ଅଫିସ୍ ଯିବାକୁ ପଡ଼ିବନି ପ୍ରଶାସନ ଆସିବ ଲୋକ ମାନଙ୍କ ନିକଟକୁ ।
 ସାଧାରଣ ତ ଆବାସ , ରାସନକାର୍ଡ, ଲେବର କାର୍ଡ, କାଳିଆ ଯୋଜନା, ଆଧାର କାର୍ଡ,ଭତ୍ତା ଆଦି ସମସ୍ୟା ନେଇ ଅଭିଯୋଗ ଆସିଥିଲା ଏବଂ ଅନ୍ୟନ୍ୟ ଯୋଜନାରୁ ବଂଚିତ ହେଉଥିବା ଲୋକମାନେ ବିଡ଼ିଓ ଙ୍କ ନିକଟରେ ଦାବିକରି ଆବେଦନ କରିଥିଲେ.ସେମାନଙ୍କ ଦରଖାସ୍ତ କୁ ତୁରନ୍ତ ପଦକ୍ଷେପ ନିଆଯିବା ପାଇଁ ବିଭିନ୍ନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା ।
ଏହି 'ପଲ୍ଲୀରେ ପ୍ରଶାସନ 'କାର୍ଯ୍ୟକ୍ରମରେ ଆଳି ବିଡ଼ିଓ ଦିବ୍ୟନ୍ଦୁ ଦାସ, ତହସିଲଦାର ତପନ କୁମାର ସେନାପତି, ସିଡିପିଓ କଳ୍ପନା ଧଳଙ୍କ ସମେତ ଜେଇ, ପ୍ରାଣୀଧନ ନିରୀକ୍ଷକ, ମିଶନ ଶକ୍ତି, କୃଷି ବିଭାଗ, ପାନୀୟ ଜଳ ଆଦି ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ. ଏହି କାର୍ଯ୍ୟକ୍ରମ
ଟିକୁ ସରପଞ୍ଚ ଦୀପ୍ତି ସାହୁ ସମିତି ସଭ୍ୟା ସ୍ବପ୍ନାରାଣୀ ପାତ୍ର ଙ୍କ ସମେତ ନିରୋଦ କୁମାର ସାହୁ, ରଶ୍ମିରଞ୍ଜନ ପାତ୍ର ଓ ଅରଗଳ ପଞ୍ଚାୟତ ର ପ୍ରମୁଖ ସ୍ଥାନୀୟ ନେତୃମଣ୍ଡଳୀମାନେ ଉପସ୍ଥିତ ଥିଲେ ।ଦେଖିବାକୁ ବାକି ରହିଲା କେତେ ଦୂର ଲୋକମାନଙ୍କ ସମସ୍ୟା ସମାଧାନ ହେଉଛି ।
ରିପୋର୍ଟ- ବିଶ୍ୱଜିତ୍ ସୂତାର ଆଳି

Post a Comment

0 Comments