ସାକ୍ଷୀଗୋପାଳ :- ସାକ୍ଷୀଗୋପାଳ ସ୍ଥିତ ମନ୍ଦିର ପାନ୍ଥଶାଳାରେ ଅନୁଷ୍ଠିତ ହୋଇ ଯାଇଛି ପ୍ରେସ କ୍ଳବ ସାକ୍ଷୀଗୋପାଳର ପ୍ରଥମ ବାର୍ଷିକ ଉତ୍ସବ।. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ସତ୍ୟବାଦୀ ବିଧାୟକ
ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ।ସଂମାନିତ ଅତିଥି ଭାବେ ଯୋଗଦେଇ ଥିଲେ ବରିଷ୍ଠ ସାମ୍ବାଦିକ ଶ୍ରୀ ଭାବନି ସଙ୍କର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥଲେ ସତ୍ୟବାଦୀ ବ୍ଲକ ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀ ସୁନିଲ କୁମାର ପଣ୍ଡା।ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଯୋଗ ଦେଇଥିଲେ ସତ୍ୟବାଦୀ ବ୍ଲକ ପେଣ୍ଠପଡା ପଞ୍ଚାୟତ ସରପଞ୍ଚ ଚିନ୍ମୟ ରାଉତ,ବିରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରା,ଜୟପୁର ସରପଞ୍ଚ ଙ୍କ ପ୍ରତିନିଧି ଦେଵଦତ୍ତ ସାମନ୍ତରାୟ, ବିଜେଡ଼ି ବ୍ଲକ ଯୁବ ସଭାପତି ଶ୍ରୀ ଶରତ ରାଉତରାୟ, ବିଜେଡି ଛାତ୍ର ସଭାପତି ଦିନେଶ ମହାପାତ୍ର ଙ୍କ ସହିତ ଯୁବ ସମାଜ ସେବୀ ସୁବାସ ପ୍ରଧାନ ଙ୍କ ସହିତ ସନ୍ଦୀପ ମହାପାତ୍ର।ଏବଂ ଅନ୍ୟାନ୍ୟ ବିଜେଡି କର୍ମକର୍ତ୍ତା।ପ୍ରଥମେ ବିଧାୟକ ପହଁଚିବା କ୍ଷଣି ପଞ୍ଚସଖା ଙ୍କ ସମାଧି ପିଠରେ ଅନୁଷ୍ଠିତ ହୋଇଥିଲା ବୃକ୍ଷ ରୋପଣ କାର୍ଯ୍ୟକ୍ରମ। ଏବଂ ପରେ ପରେ ପାନ୍ଥଶାଳା ରେ ଆରମ୍ଭ ହୋଇଥିଲା ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ।ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ମୁଖ୍ୟ ଅତିଥି ଙ୍କ ସହ ସଂମାନିତ ଅତିଥି ମାନଙ୍କୁ ପୁଷ୍ପ ଗୁଛ ସହ ଉପଢୌକନ ଦେଇ ସ୍ୱାଗତ ମଞ୍ଚକୁ ସ୍ୱାଗତ କରିଥିଲେ ପ୍ରେସକ୍ଳବ ,ସାକ୍ଷୀଗୋପାଳ ର ସଭାପତି ଶ୍ରୀ ହୃଷିକେଶ ମିଶ୍ର ଏବଂ ମଞ୍ଚ ପରିଚାଳନା କରିବା ସହିତ ପ୍ରେସ କ୍ଳବ ସାକ୍ଷୀଗୋପାଳ ର ସମ୍ପାଦକ ଶ୍ରୀ ତୁଷାର ରଞ୍ଜନ ନାୟକ ଙ୍କ ଦ୍ଵାରା ବାର୍ଷିକ ବିବରଣୀ ପାଠ କରାଯାଇଥିଲା।ଏଥି ସହ ସତ୍ୟବାଦୀ ଅଞ୍ଚଳରେ ଥିବା ବ୍ୟାପକ ସମସ୍ୟା ଯେଉଁଭଳି କି ସାକ୍ଷୀଗୋପାଳ ଅଞ୍ଚଳରେ ସାମ୍ବାଦିକ ମାନଙ୍କ ପାଇଁ ଯୋଗାଯୋଗ କରିବା ନିମନ୍ତେ ଏକ କାର୍ଯ୍ୟଳୟ ଯୋଗାଇ ଦେବା।ପଟନାଇକିଆ ଛକରୁ ସୁଆଣ୍ଡୋ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ର ନାମକୁ ଗୋପବନ୍ଧୁ ମାର୍ଗ ଭାବେ ନାମିତ କରିବା ।ସାକ୍ଷୀଗୋପାଳ ଛକରେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ନିମନ୍ତେ ଏକ ସୁଲଭ ଶୌଚାଳୟ ସହ ବସ୍ ଷ୍ଟାଣ୍ଡ ନିର୍ମାଣ କରିବା।NH ରାସ୍ତା ସମ୍ପ୍ରସାରଣ ସମୟରେ ସାକ୍ଷୀଗୋପାଳ ଡାକଘର ସମ୍ନାରୁ ପଞ୍ଚସଖା ଙ୍କ ପ୍ରତିମୂର୍ତି କୁ ତୃଟି ବଶତଃ ଇରିଗେସନ ଡାକବଙ୍ଗଳା ପାର୍ଶ୍ୱରେ ସ୍ଥାପନ କରିବା ଯାହା ବର୍ତ୍ତମାନ ଜରାଜୀର୍ଣ୍ଣ ଓ ଅଦରକାରୀ ଭାବେ ପଡିଥିବା ପଞ୍ଚସଖାଙ୍କୁ ବେସଂମାନ ସୁଚାଉଛି ସେହି ପ୍ରତିମୂର୍ତ୍ତି କୁ ପୁନଃ ତାଙ୍କ ପୁରାତନ ଜାଗାରେ ସ୍ଥାପନ କରିବା।ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ଦ୍ଵାରା ଗଠିତ ସର୍ବପୁରାତନ ଖବର କାଗଜ ଏହି ଠାରୁ ଆଦୃତ ହୋଇଥିବା ସତ୍ୱେ ତାହାର ଗୋଟିଏ କାର୍ଯ୍ୟଳୟ ନଥିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଏହାର ଏକ କାର୍ଯ୍ୟଳୟ ନିର୍ମାଣ ଆଦି ଦାବି ଉପସ୍ଥାପନ କରାଯାଇଥିଲା।ସମ୍ବାଦିକ ଙ୍କ କାର୍ଯ୍ୟ ଓ ଭୂମିକା ବର୍ତ୍ତମାନ ସମାଜ ଉପରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।ଯାହାଦ୍ୱାରା ସମାଜ ରେ ବିପ୍ଳବ ଓ ପରିବର୍ତ୍ତନ ରେ ସଠିକ ଖବର ପ୍ରସାରଣ ଏକ ମୁଖ୍ୟ ସ୍ରୋତ ସହ ଆଭିମୁଖ୍ୟ ବୋଲି ସୂଚନା ପ୍ରଦାନ କରିଥିଲେ ସଂମାନନୀୟ ମୁଖ୍ୟ ଅତିଥି ଶ୍ରୀ ଭାବନୀ ସଙ୍କର ତ୍ରିପାଠୀ।ଠିକ ସେହି ପରି ସାମ୍ବାଦିକତା ଏକତା ଆଜିର ସମାଜ ପାଇଁ ଏକ ବଡ଼ ପରିବର୍ତ୍ତନ ର ପରିଭାଷା ଏବଂ ଦଳଗତ ନିର୍ବିଶେଷରେ ସମସ୍ତ ସମ୍ବାଦିକ ଙ୍କ ଖବର ପ୍ରସାରଣ ଏକ ପାଖିଆ ନ କରାଯାଇ ତାହା ସଠିକ ହେବା ସହ ଯାହା ସତ୍ୟ ତାହାକୁ ସର୍ବାଭିମୁଖୀ କରିବା କୁ ଆହ୍ୱାନ ଦେଇଥିଲେ ମୁଖ୍ୟ ଏତିଥି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ।ସତ୍ୟବାଦୀ ର ଅନେକ ସମସ୍ୟା ରହିଛି ଯାହା ସମ୍ବାଦିକ ଙ୍କ ଦ୍ଵାରା ଦୁରୀଭୂତ ହେଉଛି ଏହା ସହ ଅନେକ ସମସ୍ୟା ରହିଛି ଯାହା ସର୍ବାଭିମୁଖୀ ହୋଇ ପାରୁନାହିଁ। ଏସବୁ ସମସ୍ୟା କୁ ଲୋକ ଲୋଚନକୁ ଆଣିବା ଗଣତନ୍ତ୍ର ର ଚତୁର୍ଥ ସ୍ଥାମ୍ଭ ଭାବେ ବିବେଚନ କରାଯାଉଥିବା ସାମ୍ବାଦିକ ମାନଂକ ଧର୍ମ ତେଣୁ ସେମାନେ ସେମାନଙ୍କ ଧର୍ମ କୁ ପାଳନ କରିବା ନିତ୍ୟାନ୍ତ ଆବଶ୍ୟକ ଏଥି ସହ ସତ୍ୟବାଦୀ ରେ ପ୍ରେସ କ୍ଳବ ସାକ୍ଷୀଗୋପାଳ ଦ୍ୱାରା ଉଠାଯାଉଥିବା ବିଭିନ୍ନ ଦାବି ଉପରେ ଗୁରୁତ୍ୱ ଦେଇ ସେଇ ଦାବି ଗୁଡିକୁ ମଧ୍ୟ ପୁନଃ ଦୋହରାଇ ବିଧାୟକ ଙ୍କୁ ଏହା ଉପରେ ନିଷ୍ପତ୍ତି ନେବା ପାଇଁ ଅନୁରୋଧ କରିଥିଲେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପଣ୍ଡା।ପରିଶେଷରେ ସଙ୍ଘ ପକ୍ଷରୁ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ସଂମାନିତ ଅତିଥୀ ଭବାନୀ ଶଙ୍କର ତ୍ରିପାଠୀ,ସୁନୀଲ କୁମାର ପଣ୍ଡା ,ବ୍ଲକ ଉପାଧ୍ୟକ୍ଷା ନିବେଦିତା ପାତ୍ର, ବିରିଷ୍ଠ ସମ୍ବାଦିକ ମଧୁସୂଦନ ମିଶ୍ର,ପ୍ରକୃତି ବନ୍ଧୁ ପ୍ରଫୁଲ୍ଲ ଦାଶ,ବରିଷ୍ଠ ସମ୍ବାଦିକ ଶ୍ରୀରାମ ଜି ଙ୍କ ସମେତ ସତ୍ୟବାଦୀ ଅଞ୍ଚଳରେ ଦୀର୍ଘ ଦିନ ହେବ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଶ୍ରୀ ଦାଶରଥି ପ୍ରଧାନ ଙ୍କ ସହ ଅଞ୍ଚଳ ରେ ସତ୍ୟବାଦୀ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ସର୍ବାଧିକ ଫଳ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବୋଧନା କରାଯାଇଥିଲା।ସେହି ଭଳି ଉତ୍କଳ ମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ର +୨ ବାଣିଜ୍ୟ ଓ ବିଜ୍ଞାନ ରେ ସର୍ବାଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସାକ୍ଷୀଗୋପାଳ ପ୍ରେସ କ୍ଳବ ଦ୍ୱାରା ସମ୍ବୋଧିତ କରାଯାଇଥିଲା ।ସଂଘ ସଭାପତି ଶ୍ରୀ ହୃଷିକେଶ ମହାପାତ୍ର, ଉପସଭାପତି ନିରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ପୂର୍ଣାନନ୍ଦ ତ୍ରିପାଠୀ, ସଭ୍ୟ କୈଳାସ ମିଶ୍ର, ଓ ଲିଗାଲ ପରାମର୍ଶ ଦାତା ସୁଶାନ୍ତ ରଥ ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ଭର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସଙ୍ଘର ସଦସ୍ୟ ଶୁଭଲକ୍ଷ୍ମୀସେନାପତି. ହିମାଂଶୁ ମହାପାତ୍ର. ତ୍ରିନାଥ ବାରିକ ଙ୍କ ସହ ସହଯୋଗୀ ଭାବେ ସନ୍ତୋଷ ପଣ୍ଡା, ମନୋଜ ବାରିକ,ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ ଥିଲେ।ମଞ୍ଚ ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟକୁ ଶେଷ କରିଥିଲେ ଉଭୟ ସଭାପତି ଏବଂ ସଙ୍ଘର ସମ୍ପାଦକ।
ରିପୋର୍ଟ- ପୂର୍ଣାନନ୍ଦ ତ୍ରୀପାଠୀ (ସାକ୍ଷୀଗୋପାଳ)


0 Comments