Recent

6/recent/ticker-posts

ବନ୍ୟା ଘେରରେ ଅଭୟମୁଖୀ ପଂଚାୟତ ଜଳବନ୍ଦୀ ହେଲେ ୧୫ ଟି ୱାର୍ଡ ର ଲୋକେ

ଡେଲାଙ୍ଗ:- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ର ଅଭୟମୁଖୀ ପଂଚାୟତ ର ୧୫ ଟି ୱାର୍ଡ ରେ ଜଳବନ୍ଦୀ ହୋଇଛନ୍ତି ଲୋକେ । ଅଭୟମୁଖୀ, ଇନ୍ଦିପୁର, ରାମଚନ୍ଦ୍ରପୁର ଅଂଚଳର ଲୋକମାନେ ଜଳବନ୍ଦୀ । ଏକର ଏକର ଚାଷ ଜମି ରେ ଛିଡା ହୋଇଛି ବନ୍ୟା ଜଳ । ବ୍ଲକ bdo ଶ୍ରୀ ଦିଲୀପ ଷଡଙ୍ଗୀ , ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଅଧ୍ୟକ୍ଷା ବାସନ୍ତି ସାହୁ , ସ୍ଥାନୀୟ ନୋମିନି, ପୂର୍ବତନ ସରପଞ୍ଚ ମିନତୀ ସେନାପତି ,ଉପାଧ୍ୟକ୍ଷ ଦୁର୍ବ।ସା ନିସଙ୍କ , GPO ବନ୍ୟା ପରିସ୍ଥିତି ଅନୁଧ୍ୟାନ ପରେ ଶୁଖିଲା ଖାଦ୍ୟ ବଣ୍ଟନ ର ବ୍ୟବସ୍ଥା କରାଯାଇଛି ।ଆଣ୍ଠୁଏ ଉଚାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଲୋକମାନଙ୍କ ଘରେ ପାଣି ପଶିଛି । ନା ଅଛି ଚୁଲି ନା ଅଛି ଜାଳ , ବନ୍ୟା ଛଡାଇ ନେଇଛି ଖାଦ୍ୟ । 

ରିପୋର୍ଟ- ଶୁଭଲଷ୍ମୀ ସେନାପତି(ଡେ଼ଲାଙ୍ଗ)

Post a Comment

0 Comments