ଜବତ ହେଲା ୫୧୨ ସିମ କାର୍ଡ ବିଶିଷ୍ଟ ଦୁଇଟି ସିମ ବକ୍ଟ। ଏହି ସିମ୍ ବକ୍ସ ଜରିଆରେ ପ୍ରତି ଘଣ୍ଟାରେ ପଠାଯାଉଥିଲା ଲକ୍ଷେ ଲୋକଙ୍କୁ ପଠାଯାଉଥିଲା ଫେକ୍ ମେସେଜ।
ମୟୁରଭଞ୍ଜ ବେତନଟୀ - ଓଡ଼ିଶାରେ ରହି ଦେଶର ବିଭିନ୍ନ ସ୍ଥାନ ଲୋକଙ୍କ ଠକେଇ କରୁଥିବା ଏକ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । ମୟୁରଭଞ୍ଜ ଖୁଣ୍ଟା ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରେ ପରିଚାଳିତ ହେଉଥିବା ଏହି ଗ୍ୟାଙ୍ଗର ସଦସ୍ୟମାନେ KYC ଅପଡେଟ କରିବା ଆଳରେ ଦେଶର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ମେସେଜ ପଠାଇବାର ସହ ସେମାନଙ୍କୁ ଠକେଇ କରୁଥିଲେ । ଏହି ଗ୍ୟାଙ୍ଗର ମୋଟ ୬ ଜଣ ସାଇବର ଠକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ସେମାନଙ୍କୁ ଠାରୁ ୩ ହଜାର ପ୍ରିଆକ୍ଟିଭେଟେଡ୍ ସିମ ଜବତ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ବିଶାଲ ଖଣ୍ଡେଲଓ୍ବାଲ, ତାପସ ପାତ୍ର, ନିଗମ ପାତ୍ର, ସୁଧାଶୁଂ ଦାସ,ଅଜୁପାତ୍ର ଓ ଅଜୟ ପାତ୍ର । ସମସ୍ତ ଅଭିଯୁକ୍ତଙ୍କ ଘର ମୟୁରଭଞ୍ଜ ବେତନଟୀ ଅଞ୍ଚଳରେ । ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବିଶାଲ ଖଣ୍ଡେଲଓ୍ବାଲ ଥିବା ବେଳେ ଗ୍ୟାଙ୍ଗର ଅନ୍ୟ ସଦସ୍ୟାମାନଙ୍କ ପାଖରେ ସାଇବର ସମ୍ପର୍କିତ ଗଭିର ଜ୍ଞାନ ଥିଲା । ସେହି ଜ୍ଞାନକୁ ବ୍ୟବହାର କରି ଏହି ଗ୍ୟାଙ୍ଗ KYC ଅପଡେଟ କରିବା ଆଳରେ ଲୋକଙ୍କୁ ମେସେଜ କରୁଥିଲା। ଠକେଇ ମଧ୍ୟ କରୁଥିଲେ । ବଡ଼ କଥା ହେଉଛି ଏହି ସାଇବର ଠକମାନେ ମେସେଜ ପଠାଇବା ପାଇଁ ସିମ୍ ବକ୍ଟର ବ୍ୟବହାର କରୁଥିଲେ ।
ଆସନ୍ତୁ ଜାଣିବା କଣ ଏହି ସିମ୍ ବକ୍ଟ-
ସିମ ବକ୍ସ ହେଉଛି ଶହଶହ ସିମକୁ ଆସେମ୍ଲ କରି ପ୍ରସ୍ତୁତ ହୋଇଥିବା ଏମିତି ଏକ ଡିଭାଇସ୍ ଯାହା ଜରିଆରେ ଅପେକ୍ଷାକୃତ କମ ସମୟ ମଧ୍ୟରେ ଅଧିକ ଲୋକଙ୍କୁ ମେସେଜ ପଠାଯାଇପାରିବ । ଏମାନଙ୍କ ପାଖରୁ ଦୁଇଟି ସିମ ବକ୍ସ ଜବତ ହୋଇଛି । ପ୍ରତି ସିମ୍ ବକ୍ସରେ ୫୧୨ ଲେଖାଏଁ ସିମ ଖଞ୍ଜା ଯାଇଥିଲା। ଏହି ସିମ ବକ୍ସ ଏକ ଘଣ୍ଟାରେ ୫୫ ହଜାର ୬୦୦ଟି ମେସେଜରେ ପୁସ କରୁଥିଲା । ଏହି ଗ୍ୟାଙ୍ଗ ଦିନକୁ ସାଢେ ୬ ଲକ୍ଷ କରି ପାଖରେ ଥିବା ଦୁଇଟି ସିମ ବକ୍ସ ଜରିଆରେ ଦୈନିକ ପ୍ରାୟ ୧୩ ଲକ୍ଷ ମୋବାଇଲକୁ ଫେକ ମେସେଜ ପୁସ କରୁଥିଲେ। ଯେଉଁମାନେ ଏହି ଫେକ ମେସେଜର ଉତ୍ତର ଦେଉଥିଲେ । ସେମାନଙ୍କ ଠାରୁ ବିଭିନ୍ନ ସେବା ପ୍ରଦାନ କରିବା ଆଳରେ ଅର୍ଥ ଠକୁଥିଲେ ଏହି ଅଭିଯୁକ୍ତ ।
କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ବିଶାଲ ଖଣ୍ଡେଲଓ୍ବାଲ ପ୍ରଥମେ ଏହି ସିମ ବକ୍ସଟିକୁ କିଣିଥିଲା। ଏହା ପରେ ମେସେଜ ପଠାଇବା ପାଇଁ ସେ ତାର ବନ୍ଧୁ ତାପସକୁ ନିୟୋଜିତ କରିଥିଲା । ଏହି ଗ୍ୟାଙ୍ଗର ଦୁଇ ପ୍ରମୁଖ ସଦସ୍ୟ ସୁଧାଶୁଂ ପାତ୍ର ଓ ନିଗମ ପାତ୍ର ପ୍ରି-ଆକ୍ଟିଭେଟ୍ ସିମ୍ ଯୋଗାଉଥିଲେ। କିଛି ମାସ ପରେ ତାପସ ଆଉ ଦୁଇ ଜଣ ଯୁବକ ଅଜୟ ପାତ୍ର ଓ ଅଜୁ ପାତ୍ରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲା ।
ନ୍ୟୁଜ ୧୮ ଡିଜିଟାଲକୁ ସୂଚନା ଦେବାକୁ ଯାଇ କ୍ରାଇମବ୍ରାଞ୍ଚ ଜଣେ ଅଧିକାରୀ କହିଛନ୍ତି,"ଖୁଣ୍ଟା ଠାରୁ ୬ କିଲୋମିଟର ଦୁରରେ ଥିବା ଏକ ଜଙ୍ଗଲ ମଧ୍ୟରେ ଏହି ଗ୍ୟାଙ୍ଗ ଅପରେଟ କରୁଥିଲା। ସେହି ଜଙ୍ଗଲ ଭିତରେ ଥିବା ଏକ ଛୋଟିଆ ଘରେ ଏହି ୫ ଜଣ ସଦସ୍ୟ ସିମ୍ ବକ୍ଟ ରଖି ଏହି ଲୋକଙ୍କୁ ମେସେଜ ପୁସ କରିବା କାର୍ଯ୍ୟ କରୁଥିଲେ । ଜେରା ସମୟରେ ସିମ୍ ବକ୍ଟକୁ ଚେନାଇରୁ କିଣିଥିବା ବିଶାଲ କହୁଛି । କିନ୍ତୁ ତାହା ଦେଶ ବାହାରୁ କିଣା ଯାଇଥିବା ଆମେ ସନ୍ଦେହ କରୁଛୁ । ଏ ମାନେ ଗତ ବର୍ଷ ସେପଟେମ୍ବର ମାସରୁ ସିମ ସଂଗ୍ରହ କାର୍ଯ୍ୟ ଆରମ୍ଭ କରିଥିଲେ । ଓ ଜାନୁଆରୀ ମାସରୁ ପେସାଦାର ଢଙ୍ଗରେ ସାଇବର ଠକେଇ ଆରମ୍ଭ କରିଥିଲେ। ଏମାନେ କେତେ ଲୋକଙ୍କୁ ଠକିଛନ୍ତି ତାହାର ଅନୁଧ୍ୟାନ କରାଯାଉଛି । ଏହା ସହିତ ଓଡ଼ିଶାରେ ଏମାନଙ୍କ ଲିଙ୍କରେ ଆଉ କେଉଁମାନେ ଅଛନ୍ତି ତାହା ବି ଜାଞ୍ଚ କରାଯାଉଛି"।
KYC ଅପଡେଟ କରିବା ଆଳରେ ଓଡ଼ିଶାରୁ ଦେଶର ବିଭିନ୍ନ ସ୍ଥାନର ଲୋକଙ୍କ ପାଖକୁ ଆସୁଥିବା ସନ୍ଦିଗ୍ଧ ମେସେଜ ଆସୁଥିବା ଜାଣିବା ପରେ କେନ୍ଦ୍ରିୟ ଟେଲିକମ୍ୟୁନି କେସନ ମନ୍ତ୍ରଣାଳୟ ଏହି ମାମଲା ତଦନ୍ତ କରିବା ପାଇଁ ଓଡ଼ିଶା କ୍ରାଇମବାଞ୍ଚକୁ ନିର୍ଦ୍ଦେଶ ଦେଇଥିଲା । ଏହି ମାମଲାର ତଦନ୍ତ ଆରମ୍ଭ କରିବାକୁ ଯାଇ କ୍ରାଇମବ୍ରାଞ୍ଚ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କୁହାଯାଉଥିବା ବେତନଟୀ ବାସିନ୍ଦା ବିଶାଲ ଖଣ୍ଡେଲଓ୍ବାଲ ପାଖରେ ପହଁଚିଥିଲା। ବିଶାଳକୁ ଜେରା କରିବା ପରେ ସେ କ୍ରାଇମବ୍ରାଞ୍ଚ ଆଗରେ ଅପରାଧର ପୁରା କଳାଚିଠା ଖୋଲି କରି ରଖିଥିଲା ।



2 Comments
Amitika luko bohut ochonti taku dhoriba dorkar
ReplyDeleteDefinitely dear Loko mane sochatono hoba uchit tahele a sobu cyber thoko nischoi dhora podiba
Delete